ପୁନେ : ପୁନେର ପ୍ରତିଷ୍ଠିତ ଶିଳ୍ପପତି ତଥା କୋଭିସିଲ୍ଡ ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନ୍ଷ୍ଟିଚ୍ୟୁଟ ଅଫ୍ ପୁନେର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷଙ୍କ ଭାଇ ଜାଭିୟର ପୁନାୱାଲାଙ୍କ ଦୀର୍ଘଦିନର ଜଣେ ପରମସାଥୀ ତଥା ଗାଡି ଚାଳକ(ଡ୍ରାଇଭର) ଗଙ୍ଗାଦତ୍ତଙ୍କର ପରଲୋକ ହୋଇଯାଇଛି । ଗଙ୍ଗାଦତ୍ତ ଦୀର୍ଘ ୩୦ ବର୍ଷ ଧରି ପୁନାୱାଲାଙ୍କ ବ୍ୟକ୍ତିଗତ ଗାଡିଚାଳକ ଥିଲେ । ପୁନାୱାଲା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମୁମ୍ବାଇରେ ଥିବା ବେଳେ ଏହି ଖବର ପାଇଥିଲେ ଏହାପରେ ସେ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଗଙ୍ଗାଦତ୍ତଙ୍କ ଅନ୍ତିମ ସଂସ୍କାର ବ୍ୟବସ୍ଥା କରିଥିଲେ । ପୁନାୱାଲାଙ୍କ ଲିମୋସିନ୍ ଗାଡି ଗଙ୍ଗା ଚଳାଉଥିଲେ । ତେଣୁ ସେହି ଗାଡିରେ ତାଙ୍କର ମରଶରୀରକୁ ନେବାକୁ ସେ ଚାହିଁଥିଲେ ଏବଂ ଶେଷରେ ତାହା ହିଁ ହୋଇଥିଲା । କାରକୁ ବିଭିନ୍ନ ପ୍ରକାର ଫୁଲରେ ସଜ୍ଜିତ କରାଯାଇଥିଲା ଏବଂ ସେଥିରେ ଗଙ୍ଗାଦତ୍ତଙ୍କର ମରଶରୀରକୁ ନିଆଯାଇଥିଲା ।