“ଜୀବନ ବିନ୍ଦୁ’ର ପଞ୍ଚମ ଦିବସରେ ୭୦ ୟୁନିଟ ରକ୍ତ ସଂଗ୍ରହିତ

0 96

ସମ୍ବଲପୁର,:ଓଡିଶା “ମୋ ପରିବାର” ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସମ୍ବଲପୁର ଅଇଁଠାପାଲି ଛକ ନିକଟସ୍ଥ କାଇଁଶିର ରୋଡ଼ ସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ କ୍ରମାଗତ ଭାବେ ପଞ୍ଚମ ଦିନ ପାଇଁ ରକ୍ତଦାନ ଶିବିର ସଫଳ ଭାବେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ସମ୍ବଲପୁର ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ଉପସ୍ଥିତିରେ ତଥା ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜିକା କବିତା ପୁରୋହିତଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ବିଜେଡିର ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଗତ ୨୦୧୯ ଲୋକସଭା ନିର୍ବାଚନର ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରକ୍ତଦାନ ଶିବିରର ଉଦଘାଟନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ପଟୁଆ,ହୀରାକୁଦ ଏନଏସିର ଲଗାତାର ତିନିଥର ପାର୍ଷଦ ହେଇଥିବା ଲୋକପ୍ରିୟ ସଂଗଠକ ସୁଶାନ୍ତ ପାଣିଗ୍ରାହୀ (ବୁଲୁ) ଯୋଗଦାନ କରିଥିଲେ ଓ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ରକ୍ତଦାତାଙ୍କୁ ଅଶେଷ ଧନ୍ୟବାଦ ତାଙ୍କର ନିସ୍ୱାର୍ଥ ମନୋଭାବ ପାଇଁ ପ୍ରସଂଶନୀୟ ଭାବେ ୭୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି ଓ ଏହି ରକ୍ତଦାନ ଶିବିରରେ ବରିଷ୍ଟ ବିଜେଡି ନେତା ସର୍ବଶ୍ରୀ ଦେବେନ୍ଦ୍ର କିଶୋର ପତି,ହୀରାକୁଦ ଏନଏସିର ପୂର୍ବତନ ଅଧ୍ୟକ୍ଷା ଶିପ୍ରା ମହାନ୍ତି,ରାଜ୍ୟ ପରିଷଦ ସଦସ୍ୟ ଶୈଳେଶ ଦାନୀ,ଖରାଂଶୁ ଶେଖର ଦେବ, ବିଜୟ ସ୍ୱାଇଁ, ଅଶୋକ ମାହାକୁର, ଦିଲୀପ ଦାଶ, ଲିଙ୍ଗରାଜ ତ୍ରିପାଠୀ, ଆର୍ତତ୍ରାଣ ବାଗ, ଏମ ବି ସତ୍ୟେନ, ଦିଲୀପ ଦୁରିଆ, ଆଶିଷ ମିଶ୍ର, ନିଶିଥ ଆକାଶ, ଅମିତ ନାଥ,ସୌମେନ୍ଦ୍ର ହୋତା, ଅଭିମନ୍ୟୁ ରାଉତ, ସୂର୍ଯ୍ୟକାନ୍ତ ସ୍ୱାଇଁ, ପ୍ରିୟଦର୍ଶୀ ଅମିତାଭ ସରଙ୍ଗୀ, ଚିତ୍ତରଞ୍ଜନ ପଣ୍ଡା, ଶଙ୍କର ପଣ୍ଡା, ଶୁବାଶିଷ ପଣ୍ଡା, ସତ୍ୟନାରାୟଣ କୁମାର, ସିଦ୍ଧାନ୍ତ ପ୍ରଧାନ, ଅନିଲ ଗୁପ୍ତା, ଉର୍ମିଳା ପଣ୍ଡା, ଯାମିନୀ ବହିଦାର, ରାଜେଶ ଗୁପ୍ତା, ସୁବର୍ଣ୍ଣ ନାଏକ, ସୈରେନ୍ଦ୍ରୀ ନାଏକ, ଫିଲିପ କୁମାର, ଶରତ ଶତପଥୀ, ବିଶ୍ୱରଞ୍ଜନ ମୁଗୁରି, ବୁଲୁ ନାଏକ, ଜୟନାରାୟଣ ନାଗ, ବୃନ୍ଦାବନ ବେହେରା ଉପସ୍ଥିତ ରହି ସଂଗଠନ ପରିଚାଳନା ପୂର୍ବକ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଏବଂ ବିଶେଷ ଧନ୍ୟବାଦ ଡାକ୍ତର ସତ୍ୟବ୍ରତ ପାଟ୍ଟଯୋଶୀ, ସିନିଅର ଟେକ୍ନିସିଆନ ରବିନାରାୟଣ ରାଉତ, କାଉନସିଲର ମଣ୍ଟୁ ପ୍ରଧାନ, ଆଣ୍ଟେଡେଣ୍ଟ ଗଣେଶ ପ୍ରଧାନ ଓ ପାଇନୁ ଭୋଇ, ଯେଉଁ ମାନଙ୍କ ନିସ୍ୱାର୍ଥ ସେବା ଯୋଗୁଁ ଏହି ରକ୍ତଦାନ ଶିବିର ସଫଳ ହେଲା ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

20 + four =