ଶିଷ୍ଟ ଓ ନମ୍ରତା ଭୁଲିଗଲେ ଓଏଏସ୍‌, ରାଜ୍ୟବ୍ୟାପୀ ପ୍ରତିକ୍ରିୟା

0 110

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ଉତ୍ତରଦାୟୀ କରିବା ପାଇଁ ବରିଷ୍ଠ ଆଇଏଏସ୍ ଓ ଓଏଏସମାନଙ୍କୁ ଶିଷ୍ଟ ଆଚରଣ କରିବା, ନମ୍ରତା ପ୍ରକାଶ କରିବା ଭଳି ଉପଦେଶ ଦେଇଥିବା ବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବିଡିଓ ତଥା ଓଏଏସ୍ ଛବିରାଣୀ ସାହୁ ପ୍ରବାସୀ ସୁରତ ଫେରନ୍ତାଙ୍କୁ ଯେଉଁଭଳି ଭାବରେ କଟୂ ମନ୍ତବ୍ୟ ଦେଲେ ତାହା ରାଜ୍ୟବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି କରିଛି । ଶ୍ରୀମତୀ ସାହୁ ସୁରତ ଫେରିଥିବା ପ୍ରବାସୀମାନଙ୍କୁ କ୍ୱାରେଣ୍ଟାଇନ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥାରେ ବିଳମ୍ବ କରିବା, ଏପରିକି ସୁରତ ଫେରନ୍ତା ଭାଇଭଉଣୀମାନଙ୍କୁ ଟୋପାଏ ପାଣି ଦେବା ପାଇଁ ବ୍ୟବସ୍ଥା କରିନପାରିବା ଘଟଣାରେ ଏହି ଅଭାବନୀୟ ଘଟଣା ସୃଷ୍ଟି ହୋଇଥିଲା । ପ୍ରବାସୀ ସୁରତ ଫେରନ୍ତାମାନଙ୍କ ମଧ୍ୟରୁ ଦୁଇତିନି ଜଣ ଅତି ସନ୍ତର୍ପଣରେ ତାଙ୍କୁ ଟୋପାଏ ପିଇବା ପାଣି ଦେବାକୁ କହୁଥିବା ବେଳେ ଅହଂକାରୀ ବିଡିଓ ନିଜର ହିତାହିତ ଜ୍ଞାନ ଭୁଲିଯାଇ ତାଙ୍କ ଚଉଦପୁରୁଷ ଉଦ୍ଧାର କରିଥିଲେ । କହିଥିଲେ ଭଲରେ ପାଣି ପାଗ ନହେଲେ ତୁମ ଚଉଦପୁରୁଷ ଖରାରେ ଠିଆ ହେବେ । ମୁଁ ଦାଦନ ନୁହେଁ, ମୁଁ ଓଏଏସ୍ ଅଫିସର । ବିଡିଓଙ୍କର ଏଭଳି ଅଭଦ୍ର ଆଚରଣ ସାରା ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ ଜଣେ ସାମାନ୍ୟ ଓଏଏସ୍ ଅଫିସର ହୋଇ ପ୍ରଶାସନକୁ ଉତ୍ତରଦାୟୀ କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ କରିଦେବା ସହିତ ଏକଛତ୍ରବାଦୀ ସ୍ୱରୂପ ଦେଖାଇଥିଲେ । ତେବେ ଏ ପ୍ରସଂଗରେ ଆଜି ଆମେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, କରୋନା ଭଳି ଘଡିସନ୍ଧି ମୁହୁର୍ତ୍ତରେ ବିଡିଓଙ୍କ ବ୍ୟବହାର ଠିକ୍ ହୋଇନି । ସଂପୃକ୍ତ ଭିଡିଓ କ୍ଲିପିଂ ମଗାଯାଇଛି । ଏହାପରେ ଉପରେ ତଦନ୍ତ କରା ଯିବା ପରେ କାର୍ଯ୍ୟାନୁଷ୍ଠାନ ହେବ । ଏ ନେଇ ଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସଂପୃକ୍ତ ବିଡିଓ ଛବିରାଣୀ ଜଣେ ଉଗ୍ରସ୍ୱଭାବର ମହିଳା ବୋଲି ସ୍ଥାନୀୟ ଅଂଚଳର ଲୋକେ କହିଛନ୍ତି । ଗାଳିଗୁଲଜ କରିବା ତାଙ୍କର ଅଭ୍ୟାସ । ଏଣୁ ତାଙ୍କୁ ଏହି ଘଟଣାରେ କାର୍ଯ୍ୟାନୁ୍‌ଷ୍ଠାନ ନିଆନଗଲେ ସେ ଚେତିବେ ନାହିଁ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଆଜି ଶ୍ରୀମତୀ ସାହୁ ଘଟଣା ସଂପର୍କରେ ତୃତୀୟ ମହଲା ଅବଗତ ହୋଇଥିବାରୁ କଥା ବାଆଁରାଇବାକୁ ଉଦ୍ୟମ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eleven + two =