ସମ୍ବଲପୁର: କରୋନା କଟକଣା ଯୋଗୁଁ ବ୍ଲଡବ୍ୟାଙ୍କ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରକ୍ତଦାନ ଶିବିର ସୀମିତ ହୋଇ ରହିଯାଇଛି ଯାହାକି ରକ୍ତଦାନ ପାଇଁ ଉତ୍ସାହିତ ବ୍ୟକ୍ତିବିଶେଷଙ୍କୁ ହତୋତ୍ସାହିତ କରୁଥିଲା । ଏଥିସକାଶେ ଏକ ସ୍ୱୟଂ ସଂପନ୍ନ ରକ୍ତଦାନ ବାହନର ଅଭାବ ଏଠାରେ ଅନୁଭବ କରାଯାଉଥିଲା ।
ଏହି ଅଭାବ ଆଜି ପୂରଣ ହୋଇଛି ଓ ବୁର୍ଲା ବ୍ଲଡବ୍ୟାଙ୍କକୁ ଏହିପରି ଏକ ବାହନ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପ ଏଠାକାର ରକ୍ତଦାତାଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛି । ଏହା ଏଠାକୁ କିଛିଦିନ ପୂର୍ବରୁ ଆସିଥିଲେ ମଧ୍ୟ ଆଜିଠାରୁ କାର୍ଯ୍ୟକ୍ଷମ କରାଯାଇଛି ଓ ଏଥିରେ ପ୍ରଥମ ରକ୍ତଦାତା ରୁପେ ଅରୁଣ ଆଜାଦୀୱାଲା ସୁଯୋଗ ପାଇଛନ୍ତି । ସ୍ୱେଚ୍ଛାସେବୀ ସଂଗଠନ ରକ୍ତଦାତା ଓ ସର୍ବୋପରି ଜନସାଧାରଣ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ ଜଣାଇଛନ୍ତି ।