ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ହେଲେ ସଂକ୍ରମିତ ଅଞ୍ଚଳ ଗୁଡ଼ିକରେ ସାନିଟାଇଜର ବ୍ୟବସ୍ଥା ଠିକ ରୂପେ କରାଯାଉ ନଥିବାର ଅଭିଯୋଗ ହେଉ ଅଛି । କରୋନା ସଂକ୍ରମିତ ଅଞ୍ଚଳ ଗୁଡିକ ଠିକ ଭାବେ ବିଶୋଧନ କରାଯାଉ ନଥିବା ଅଭିଯୋଗ ହେଉଅଛି । କେବଳ ଲୋକ ଦେଖାଣିଆ ବିଚିଙ୍ଗ ପାଉଡର ପକାଯାଉଛି । କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ମଧ୍ୟ ଲୋକେ ଅବାଧ ଯିବା ଆସିବା କରୁଛନ୍ତି । କେହି ମାନୁ ନାହାଁନ୍ତି । କିଛି ଅମାନିଆ ଲକଡାଉନ,ସଟ ଡାଉନକୁ ନମାନି ସହରରେ ଅବାଧରେ ସହରରେ ବୁଲୁ ଛନ୍ତି । ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଠିକ ରୂପେ ସାନିଟାଇଜର ବ୍ୟବହାର କରାଯାଉ ନଥିବା ଦେଖିବାକୁ ମିଳିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ସହରରେ ସଂକ୍ରମଣରୁ ରୋକାଯାଇ ପାରିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି ।