ନୂଆଁଖାଇ ପାଇଁ ଲଗ୍ନ ସ୍ଥିର

0 178

ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ପଂଚରା ଅଂଚଳ ଲୋକଙ୍କ ପାଇଁ ଲଗ୍ନ ସ୍ଥିରକଲା ପଣ୍ଡିତ ମହାସଭା
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲା ପଂଚରା ଅଂଚଳ ପାଇଁ ଆଜି ନବାନ୍ନ ଲଗ୍ନ ସ୍ଥିର ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ପଣ୍ଡିତ ସଭା ପକ୍ଷରୁ ରାଜବାଟୀ ପରିସର ଜଗନ୍ନାଥ ମନ୍ଦିରର ମୁକ୍ତି ମଣ୍ଡପରେ ଚଳିତ ବର୍ଷର ନୂଆଁଖାଇ ପାଇଁ ଲଗ୍ନ ସ୍ଥିର ହୋଇଛି । ଆଗାମୀ ନୂଆଁଖାଇ ପାଇଁ ଆସନ୍ତା ୨୩ ତାରିଖ ରବିବାର ଋଷୀ ପଂଚମୀ ଶୁକ୍ଲପକ୍ଷ ପ୍ରଥମ ତୁଲା ଲଗ୍ନ ନବାଂଶରେ ସକାଳ ଅମୃତ ଲଗ୍ନ ୯ଘଣ୍ଟା ୩୦ମିନିଟ୍ ରୁ ୯ଘଣ୍ଟା ୪୪ମିନିଟ୍ ମଧ୍ୟରେ ନବାନ୍ନ ସମର୍ପଣ ଓ ଭକ୍ଷଣ ପାଇଁ ପଣ୍ଡିତମାନେ ଲଗ୍ନ ନିର୍ଦ୍ଧାରିତ କରିଛନ୍ତି । ଏଥିସହ ରାଜରାଜୁଡା ଅମଳରୁ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀ ଓ ଅନ୍ୟାନ୍ୟ ଦେବାଦେବୀଙ୍କ ପାଖକୁ ସମଲେଶ୍ୱରୀ ମନ୍ଦିରରୁ ପାହୁର୍ ଭୋଗ ଯିବାକୁ ମଧ୍ୟ ଲଗ୍ନ ସ୍ଥିର ହୋଇଛି । ବିଶିଷ୍ଟ ଜ୍ୟୋର୍ତିବିଦ ସିତାଂଶୁ ଶେଖର ପାଣିଗ୍ରାହୀ,ପଣ୍ଡିତ ଗୌରୀ ଶଂକର ରଥ ଓ ରାମ ଗୋପାଳ ପୂଜାରୀ ପ୍ରମୁଖ ସୁବର୍ଣ୍ଣପୁର ଗଡଜାତର ଲୋକଦେବୀ ସୁରେଶ୍ୱରୀଙ୍କ ନାମରେ ଗଣନା କରି ଏହି ନବାନ୍ନ ଲଗ୍ନ ସ୍ଥିର କରିଥିଲେ ।

hiranchal ad1
Leave A Reply

Your email address will not be published.

12 − 1 =