ଗୁରୁ ସତ୍ୟନାରାୟଣ ସ୍ମୃତିଉଦ୍ୟାନରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସଫେଇ ଅଭିଯାନ

0 113

ସମ୍ବଲପୁର:ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ରୂପେ ପରିଚିତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତିରେ ସ୍ଥାନୀୟ ଜେଲଛକ ନିକଟସ୍ଥ ନିର୍ମିତ ଉଦ୍ୟାନରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ସଫେଇ ଅଭିଯାନ ଅନୁଷ୍ଠିତ ହେଇଥିଲା । ରକ୍ଷଣାବେକ୍ଷଣା ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଏହି ଉଦ୍ୟାନ ବାଟଦେଇ ଭାରୀଯାନ ଚଳାଚଳ ଯୋଗୁଁ ସେଠାରେ ପାଦରେ ଚାଲିବା ପାଇଁ ବିଛାଯାଇଥିବା ପେଭର୍ରସ ସବୁ ଭାଂଗି ଯାଇଛି । ତେଣୁ ଉଦ୍ୟାନ ଭିତର ଦେଇ ଭାରୀଯାନ ଚଳାଚଳ ବନ୍ଦ କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ପାର୍କର ସଫେଇ ଅଭିଯାନ କରାଯିବା ସହ ଫୁଳଗଛ ଲଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ନିଗମ ସହଯୋଗ କରାଯିବା ସହ ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ମୃତି ଉଦ୍ୟାନରେ ପାଚେରୀ ନିର୍ମାଣ କରିଯିବା ସହ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅବଦାନ ଥିବା ମହାପୁରୁଷଙ୍କ ବିଷୟରେ ତଥ୍ୟ ରଖାଯିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଆଲୋଚନା କରାଯାଇଛି ।

hiring

ଏହାସହ ଉକ୍ତ ପରିସରରେ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତି ଭବନ ଏବଂ ସମ୍ବଲପୁରୀ ପାଠାଗାର ଶୀଘ୍ର ନିର୍ମାଣ ଆରମ୍ଭ କରିବାକୁ ମହାନଗର ନିଗମକୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଏକତା ମଂଚର ଆବାହକ ଭବାନି ଶଙ୍କର ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ସୁବୋଧ ଦୋରା, ସନ୍ତୋଷ ବଢେଇ, ସୁଦାମ ମେହେର, କାନ୍ତି ମେହର,ପଙ୍କଜିନୀ ମେହେର,ଅମିତାଭ ମାଝୀ, ଆଭାସ ପଣ୍ଡା, ରାହୁଲ ଗୁପ୍ତା, ନିଶି କାନ୍ତ ବିଶ୍ୱାଳ, ରାଜେଷ ସ୍ୱାଇଁ, ସବ୍ୟସାଚି ମିଶ୍ର, ଦେବାଶିଷ ବେହେରା, କମଲ ଷଡଙ୍ଗୀ ଓ ଜିତୁ ପାତ୍ର ପ୍ରମୁଖଙ୍କ ସମେତ ମହାନଗର ସ୍ୱଚ୍ଛତା ଅଧିକାରୀ ସୌମ୍ୟା ଚୌଧୁରୀ, ପ୍ରଭାସିନୀ ମଲ୍ଲିକ, ସୁମନ ପ୍ରକାଶ ହର, ସୁଶାନ୍ତ ପ୍ରଧାନ, ନିଗମର ସ୍ୱଚ୍ଛସାଥୀ ଗାୟତ୍ରୀ ନାଟକ, ଅନ୍ନପୂର୍ଣ୍ଣା ବାଗ ଓ କୃଷ୍ଣ ନାଏକ ପ୍ରମୁଖ ସାମିଲ ରହିଥିଲେ ।

hiranchal ad1
Leave A Reply

Your email address will not be published.

five + fifteen =