କାଠରେ ୪ ଇଞ୍ଚ ଉଚ୍ଚତାର ଜଗନ୍ନାଥ ମନ୍ଦିର କରି ଚର୍ଚ୍ଚାରେ ଦିଲ୍ଲୀପ

0 103

ବ୍ରହ୍ମପୁର : ବ୍ରହ୍ମପୁର ସହରର ସାନ ରେଡ୍ଡିକା ସାହିର ଦିଲୀପ ମହାରଣା ବୟସ ୧୮ ବର୍ଷ । ପିତା ଭଗବାନ ମହାରଣା ଏବଂ ମାତା ଝୁନୁ ମହାରଣା ସେ ବର୍ତ୍ତମାନ ଖଲ୍ଲିକୋଟ କଲେଜରେ ଯୁକ୍ତତିନି ବାଣିଜ୍ୟର ପ୍ରଥମ ବର୍ଷର ଛାତ୍ର । ଦିଲୀପ ଚଳିତ ରଥଯାତ୍ରା ଅବସରରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଏକ କାଠରେ ତିଆରି ୪ ଇଞ୍ଚ ମୂଳ ପୀଠ ସହ ୫.୬ ଇଞ୍ଚର, ଏକ ଜଗନ୍ନାଥଙ୍କର ଶ୍ରୀମନ୍ଦିର ନିର୍ମାଣ କରିଛନ୍ତି । ଏହି ମନ୍ଦିର ତିଆରି କରିବା ପାଇଁ ଦିଲୀପକୁ ପ୍ରାୟ ଏକ ମାସର ସମୟରୁ ଉଦ୍ଧ୍ୱର୍ ସମୟ ଲାଗିଥିଲା ।

hiring

ତିଆରି ଏହି ଶ୍ରୀ ମନ୍ଦିରର ଭିତରେ ମେଘନାଦ ପାଚେରୀ ମୁଖ୍ୟ ମନ୍ଦିର, ଜଗମୋହନ ଭୋଗ ମଣ୍ଡପ ସହିତ ନୀଳଚକ୍ର ଏବଂ ପତିତ ପାବନ ବାନା । ମନ୍ଦିର ବେଢା ଭିତରେ ଭିତର ବେଢା ଛୋଟ ବଡ଼ ୧୦ରୁ ଅଧିକ ମନ୍ଦିର ଚାରି ଦ୍ୱାର ସିଂହ ଅଶ୍ୱବ୍ୟାଘ୍ର ଏବଂ ହସ୍ତୀଦ୍ୱାର ତା ସହ ଅରୁଣ ସ୍ତମ୍ବ ଏବଂ ଏକ ଇଞ୍ଚର ପତିତ ପାବନ ବିଗ୍ରହ ବି ଖୋଦିତ ହୋଇଚି । ଆଗରୁ ସେ ଏକ ଇଞ୍ଚର ଦୁର୍ଗାଙ୍କର ମୂର୍ତ୍ତି ରାମମନ୍ଦିର କରି ଇଣ୍ଡିଆ ଏବଂ ଏସିଆ ବୁକ ଅଫ ରେକର୍ଡ୍ସରେ ନିଜକୁ ଗ୍ରାଣ୍ଡ ମାଷ୍ଟର ଭାବରେ ସ୍ଥାନ ଅଧିକାର କରି ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଜି ଶ୍ରୀମନ୍ଦିର ତିଆରି ପଛରେ ତାଙ୍କୁ ତାଙ୍କ ମାମୁଁ ବାସ୍ତୁବିତ ସାନ୍ନ୍ୟାସୀ ମହାରଣା ପ୍ରେରଣା ଦେଇଥିବା ସହ, ବାପା ଭଗବାନ ମହାରଣା ଏବଂ ଭାଇ ମନୋଜ ମହାରଣା ସହଯୋଗ କରିଥିଲେ । କରୋନା ମହାମାରୀ ଭିତରେ ଲୋକମାନେ ମହାପ୍ରଭୁଙ୍କୁ ଦେଖିବା ପାଇଁ ସୁଯୋଗ ନ ପାଉଥିବା ବେଳେ ତାଙ୍କ ହାତରେ ତିଆରି ଏହି କଳା କାରୁକାର୍ଯ୍ୟକୁ ସେ ଆମ ରାଜ୍ୟ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eight − 4 =