ହରଭଙ୍ଗା : ପୁଣି ଲେଉଟିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ

0 385

ହରଭଙ୍ଗା: କିଛି ଦିନ ବ୍ୟବଧାନ ପରେ ପୂର୍ବ ଆକଳନ ଅନୁଯାୟୀ ଗତକାଲିଠାରୁ ସମଗ୍ର ହରଭଙ୍ଗା ଅଂଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ହଠାତ୍ ଗତକାଲିଠାରୁ ଶୀତ ବଢିବା ସହ ଘନ କୁହୁଡି ର ଆସ୍ତରଣ ଯୁଆଡେ ଦେଖିଲେ କୁହୁଡି ହିଁ କୁହୁଡି । ଭୋଟ ୪ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଚାରିଆଡେ କୁହୁଡି ଛାଇ ରହିଥିଲା । ହରଭଙ୍ଗା ଅଂଚଳରେ ହଠାତ୍ ଶୀତର ପ୍ରକୋପ ଦେଖାଦେଇଛି । ଗାଁରୁ ସହର ସବୁଠି ଶୀତ ଓ କୁହୁଡି ଲାଗି ରହିଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ଗାଁରେ କାଠଗଣ୍ଡି ଆଉ ସହରରେ ପେଟି ଓ ଟାୟାର ଜଳାଇ ଶୀତରୁ ରକ୍ଷା ପାଉଛନ୍ତି । ଶୀତର ଲହରୀ ବୃଦ୍ଧି ପାଉଥିବାରୁ ଲୋକମାନେ ସକାଳ ୯ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟ ସାଧ୍ୟ ହେୁଛି । ଗରୀବ ଶ୍ରେଣୀର ଲୋକମାନେ କାମଧନ୍ଦାକୁ ଯାଇପାରୁନାହାନ୍ତି । ବିଶେଷ କରି ହରଭଙ୍ଗା ବ୍ଲକର ଆଭ୍ୟନ୍ତରିଣ ଅଂଚଳ ଯଥା କୁଶଙ୍ଗ, ତଳଗାଁ, ହରଭଙ୍ଗା, ବଡଖଜୁରୀ, ସାତଖଣ୍ଡ, ଆଡିପଦର, ସାନଖଜୁରୀ, ମରଡା ଆଦି ପାହାଡିଆ ଅଂଚଳ । ଏହି ସବୁଅଂଚଳ ଘଞ୍ଚଜଙ୍ଗଲ, ନାଳ, ଝରଣାରେ ପରିପୂର୍ଣ୍ଣ ଅଟେ । ପ୍ରକାଶଥାଉକି ହରଭଙ୍ଗା ବ୍ଲକର ସୀମାନ୍ତରେ କନ୍ଧମାଳ ଜିଲ୍ଲା ଲାଗି ରହିଛି । ଏଣୁ କନ୍ଧମାଳର ଶୀତର ପ୍ରକୋପ ହରଭଙ୍ଗା ବ୍ଲକରେ ପଡୁଛି । ହରଭଙ୍ଗା ବ୍ଲକରେ ସର୍ବନିମ୍ନ ତାପମାତ୍ରା ୯ଡିଗ୍ରୀ ସେଲସିୟସ ରହିଛି । ଘନ କୁହୁଡି ଯୋଗୁଁ ଯାନବାହନ ଚଳାଚଳରେ ବହୁ ସମସ୍ୟା ହେଉଛି । ହରଭଙ୍ଗା ବ୍ଲକର ଅଭ୍ୟନ୍ତରୀଣ ଅଂଚଳରେ ଥିବା ନାଳ ଓ ଝରଣାରେ ପ୍ରବଳ ଥଣ୍ଡା ଯୋଗୁଁ ପାଣି ବରଫଳ ହେବା ସହ ମାଛଗୁଡିକ ମରି ଭାସୁଥିବା ଜଣାପଡିଛି । ସନ୍ଧ୍ୟା ସମୟରେ ବଜାରଗୁଡିକ ଜନଶୂନ୍ୟ ହେବା ସହ, ଗରୀବ ଲୋକଙ୍କୁ ପ୍ରଶାସନ ପକ୍ଷରୁ କମ୍ବଳ ଯୋଗାଇ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

14 − thirteen =