ଭୁବନେଶ୍ୱର : ଗତବର୍ଷ ଭଳି ଚଳିତ ବର୍ଷ ବି କରୋନା ସଂକ୍ରମଣ କାଳରେ ରଥଯାତ୍ରା ପଡୁଛି । ସଂକ୍ରମଣକୁ ରୋକିବା ପାଇଁ ପୁରୀ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ରଥଯାତ୍ରାକୁ ବନ୍ଦ କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏହି ଘୋଷଣା କରିଛନ୍ତି ।
ସେ କହିଛନ୍ତିଯେ, ଚଳିତ ବର୍ଷ ଦ୍ୱିତୀୟ ଲହର କରୋନା ସଂକ୍ରମଣ ଜାରିରହିଛି । ସଂକ୍ରମଣ ହାରକୁ ଆଖି ଆଗରେ ରଖି ଲୋକଙ୍କ ସୁରକ୍ଷା ପାଇଁ ସରକାର ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ଗତବର୍ଷ ଭଳି ଏବର୍ଷ ମଧ୍ୟ କଟକଣା ଲାଗୁ କରିଛନ୍ତି । ପୁରୀରେ ମହାପ୍ରଭୂଙ୍କ ଘୋଷଯାତ୍ରା କୋଭିଡ଼ କଟକଣା ଆଧାରରେ ହିଁ ହେବ । ଚଳିତ ବର୍ଷ ବି ଅନୁରୂପ କଟକଣା ସହ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହେବ । ଏବର୍ଷ ବି ଭକ୍ତମାନଙ୍କୁ ରଥଯାତ୍ରା ବାରଣ କରାଯାଇଛି । ସେବାୟତମାନେ ନେଗେଟିଭ ରିପୋର୍ଟ ପାଇଥିଲେ ହିଁ ନୀତିକାନ୍ତିରେ ସାମିଲ ହେବେ । ଗୋଟିଏ ରଥଟଣାରେ ୫୦୦ରୁ ଅଧିକ ଲୋକ ରହିବେ ନାହିଁ । ସେହିପରି ଟିକା ନେଇଥିବା ସେବାୟତମାନଙ୍କୁ ମଧ୍ୟ ସାମିଲ କରାଯିବ ।