୩ହଜାର ତଳକୁ ଖସିଲା ସଂକ୍ରମଣ, କରୋନା ନେଲା ଆଉ ୪୦ ଜୀବନ

0 124

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୭୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ ରହିଥିବା କଟକ, ବରଗଡ଼, ନୟାଗଡ଼ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଛନ୍ତି । ପୁରୀ ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଅନୁଗୁଳ, ଗଞ୍ଜାମ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲାରୁ ୨ଜଣ ରହିଥିବା ବେଳେ ଭଦ୍ରକ, ଢେଙ୍କାନାଳ, ଯାଜପୁର, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
୨୬୪୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୩୯୭ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୩୬୫, କଟକରୁ ୨୬୬, ପୁରୀରୁ ୧୭୮, ଯାଜପୁରରୁ ୧୬୨, ମୟୂରଭଞ୍ଜରୁ ୧୫୫, ଜଗତସିଂହପୁରରୁ ୧୩୨ ଓ ଭଦ୍ରକ ଜିଲ୍ଲାରୁ ୧୨୮ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ଜିଲ୍ଲାରୁ ୮୯ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡରୁ ୨୧, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୧୯, ଦେବଗଡରୁ ୪, ଢେଙ୍କାନାଳରୁ ୬୭, ଗଜପତିରୁ ୧୮, ଗଞ୍ଜାମରୁ ୧୭, ଝାରସୁଗୁଡା ୮, କଳାହାଣ୍ଡିରୁ ୨୦, କନ୍ଧମାଳରୁ ୧୫, କେନ୍ଦ୍ରାପଡାରୁ ୫୫, କେନ୍ଦୁଝରରୁ ୭୦, କୋରାପୁଟରୁ ୬୧, ମାଲକାନଗିରିରୁ ୬୪, ନବରଙ୍ଗପୁରରୁ ୨୦, ନୟାଗଡରୁ ୯୨, ନୂଆପଡାରୁ ୮, ରାୟଗଡାରୁ ୪୯, ସମ୍ବଲପୁରରୁ ୨୩, ସୋନପୁରରୁ ୨୫ ଓ ସୁନ୍ଦରଗଡ ଜିଲ୍ଲାରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍‌ ପୁଲ୍‌ରୁ ୭୩ ଜଣ ଚିହ୍ନଟ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

four × two =