ବୋଦନ୍ତର “ଖେତରୁ ଦୋକାନ’ ଯୋଜନା ଦ୍ୱାରା ଝାରସୁଗୁଡ଼ାର ୧୨୦ ଚାଷୀ ଉପକୃତ

0 1,209

ଝାରସୁଗୁଡ଼ା : କରୋନା ମହାମାରୀର ପ୍ରକୋପ ଯୋଗୁଁ ଦେଶରେ ଚାଷୀ ଭାଇମାନଙ୍କର ଜୀବନଜୀବିକା ବ୍ୟାହତ ହୋଇଛି । ଏହାକୁ ଆଖି ଆଗରେ ରଖି ଝାରସୁଗୁଡ଼ାସ୍ଥିତ ବେଦାନ୍ତ ନିଜର ସିଏସ୍‌ଆର୍ ପ୍ରକଳ୍ପ “ଜୀବିକା ସମୃଦ୍ଧି”ରେ ଅନ୍ତର୍ଭୁକ୍ତ ସିରିଆପାଲି, ଗୁଡ଼ିଗାଁ, କେଲଡ଼ାମାଲ ଓ ଅମାତି ଗ୍ରାମର ଚାଷୀମାନଙ୍କୁ ସୁବିଧା ଯୋଗାଇ ଦେବାକୁ ଯାଇ ଏକ ଅଭିନବ ପନ୍ଥା ଆପଣାଇଛି । “ଖେତରୁ ଦୋକାନ’ ନାମ୍ନୀ ଏହି ଯୋଜନା ଜରିଆରେ ଚାଷୀଭାଇମାନେ ନିଜ ଖେତରେ ଉପୁଜିଥିବା ପନିପରିବା କମ୍ପାନୀ ଟାଉନସିପରେ ରହୁଥିବା କମ୍ପାନୀ କର୍ମଚାରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରତ୍ୟକ୍ଷ ଭାବେ ବିକ୍ରି କରି ପାରୁଛନ୍ତି । ଅପ୍ରେଲ୍ ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ ସିଲିଆପାଲି, ଗୁଡ଼ିଗାଁ, କେଲଡ଼ାମାଲ ଓ ଅମାତି ଗ୍ରାମର ମୋଟ ୧୨୦ ଚାଷୀଭାଇ ଉପକୃତ ହେଉଛନ୍ତି । ସେମାନଙ୍କ ଖେତରୁ ଅମଳ ହେଉଥିବା ରବି ଫସଲ ଆଳୁ, ବିଲାତି, ଲଙ୍କା, ତରଭୁଜ, ମକା ଇତ୍ୟାଦି ପରିବାର ବେଶ୍ ଚାହିଦା ରହିଥିବାର ଦେଖାଯାଉଛି । ଏକ ମାସ ମଧ୍ୟରେ ପାଖାପାଖି ୧୦,୬୦୦ କିଗ୍ରା ପରିବା ବିକ୍ରି ହୋଇଥିବା ବେଳେ ମୋଟ ଆୟ ୩.୫୮ ଲକ୍ଷ ଟଙ୍କା ହୋଇଛି ବୋଲି ଚାଷୀ ଭାଇମାନେ ମତପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବେଦାନ୍ତ ସିଇଓ ସିଏନ୍ ସିଂ “ପ୍ରାଥମିକ ଆଲୁମିନିୟମ୍ ଉତ୍ପାଦନରେ ଭାରତର ସର୍ବବୃହତ ଉତ୍ପାଦକ ଭାବେ ଆମେ ସର୍ବଦା ଆତ୍ମନିର୍ଭରଶୀଳକୁ ପ୍ରୋତ୍ସାହିତ କରୁ ଏବଂ ଆମ ଗୋଷ୍ଠୀ ସମୁଦାୟକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଖେତରୁ ଦୋକାନ ଯୋଜନା ଅନ୍ୟତମ ବୋଲି ମତପ୍ରକାଶ କରିଛନ୍ତି । କରୋନା ପାଇଁ ଦେଶରେ ତାଲା ବନ୍ଦ ଥିବା ପରିସ୍ଥିତିରେ ଏହି ଯୋଜନା ଆମ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗକୁ ଦୈନିକ ଆବଶ୍ୟକ ପନିପରିବା ଯୋଗାଇଦେବା ସହିତ ଆଖପାଖ ଅଞ୍ଚଳର ଅନେକ ଚାଷୀଭାଇମାନଙ୍କର ଜୀବିକା ନିର୍ବାହ ସହଜ କରାଯାଇଛି ବୋଲି ସିଂ ମତବ୍ୟକ୍ତ କରିଛନ୍ତି । ବେଦାନ୍ତର ‘ଜୀବିକା ସମୃଦ୍ଧି’ ପ୍ରକଳ୍ପ ଜମି ଏବଂ ଜଳସେଚନ ଉପରେ କୈନ୍ଦ୍ରିତ ଯାହାର ମୂଳଲକ୍ଷ୍ୟ ହେଉଛି କୃଷକର ସ୍ଥାୟୀ ଜୀବିକା ନିର୍ବାହ । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୧୫୦ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏଜାବତ ୨୫୦ ଜଣ ଚାଷୀ ଭାଇ ଉପକୃତ ହୋଇଛନ୍ତି । ପ୍ରଥମ ବର୍ଷରେ ହିଁ ଜଳସେଚନ ଶତକଡ଼ା ୬%ରୁ ଶତକଡ଼ା ୨୧%କୁ ବୃଦ୍‌ଧି ହେବା ସହ ଯୋଜନା ଅନ୍ତର୍ଭୁକ୍ତ ପରିବାରଙ୍କ ଆୟରେ ୨୦-୨୫ ପ୍ରତିଶତ ବୃଦ୍ଧି ହୋଇଥିଲା । ବେଦାନ୍ତ ଲିମିଟେଡ୍‌, ଝାରସୁଗୁଡ଼ା ଭାରତର ସର୍ବବୃହତ ପ୍ରାଥମିକ ଆଲୁମିନିୟମ ଉତ୍ପାଦକ ହୋଇଥିବା ବେଳେ ଏହାର ସ୍ଥାପିତ ସ୍ମେଲଟିଂ କ୍ଷମତା ୧୬ ବାର୍ଷିକ ନିୟୁତ ଟନ୍ ଅଟେ । ଏହା ଭାରତର ଏକମାତ୍ର ସ୍ମଲ୍ଟର, ଯାହାକି ବିଶ୍ୱର ଏକ ନିୟୁତ ଟନ୍ ପ୍ରାଥମିକ ଆଲୁମିନିୟମ ଉତ୍ପାଦନ ଏବଂ ରପ୍ତାନୀକାରୀ ବର୍ଗରେ ସାମିଲ୍ ଅଟେ ।

hiranchal ad1
Leave A Reply

Your email address will not be published.

nineteen + 16 =