କପାସିରା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

0 1,080

ବୌଦ୍ଧ ,୨୨/୯- କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମ ପଂଚାୟତର କପାସିରା ଗାଁରେ 17କରୋନା ପଜେଟିବ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ମନମୁଣ୍ଡା ସରପଞ୍ଚ ମୀନାକ୍ଷୀ ସାହୁ l ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଆସନ୍ତା କାଲି ସକାଳ 8 ଘଣ୍ଟା ଠାରୁ 25 ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କପାସିରା ଗ୍ରାମ ଓ ତତସଂଲଗ୍ନ 500 ମିଟର୍ ଅଂଚଳ ମଧ୍ଯରେ ଥିବା ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ସରପଞ୍ଚ ଘୋଷଣା କରିଛନ୍ତି | ଉକ୍ତ ସମୟ ମଧ୍ୟରେ ଅତି ଜରୁରୀ ନ ଥିଲେ କେହି ଘରୁ ବାହାରକୁ ନ ବାହାରିବା ପାଇଁ କିମ୍ବା ଅଧିକ ଲୋକ ଏକାଠି ନ ହେବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି |

hiranchal ad1
Leave A Reply

Your email address will not be published.

six + seven =