ପାଇପ ପାଣିରେ ଜିଆ-ପୋକ ବାହାରୁଛି, ଲୋକେ ଆତଙ୍କିତ

0 138

ସମ୍ବଲପୁର : ଜନ୍‌ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପରିବେଶିତ ପାଇପ ପାଣିରେ ବର୍ତ୍ତମାନ ଜିଆ-ପୋକ ସାଳୁବାଳୁ ହେଉଛନ୍ତି, ଏଣୁ ଏହା ଉପରେ ଆଶ୍ରିତ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଏପରି ଅପ୍ରିୟ ସ୍ଥିତି ଉପୁଜିଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଗତ ସନ୍ଧ୍ୟାରେ ସ୍ଥାନୀୟ ଉପନଗରୀ ହୀରାକୁଦଠାରେ ଏପରି ସ୍ଥିତି ଦେଖିବାକୁ ମିଳିଛି । ପାଇପ ପାଣି ଉପରେ ଆଶ୍ରିତ ଲୋକଙ୍କ ପାଖରେ ପିଇବା ପାଣି ପାଇବା ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ, ସେମାନେ ସଂଗୃହିତ ପାଣିକୁ ଫୁଟାଇ ପିଇବାକୁ ବାଧ୍ୟ ହେଉଛନ୍ତି । ହୀରାକୁଦରୁ ଜଣେ ସ୍ଥାନୀୟ ନିବାସୀ ଆମ ପ୍ରତିନିଧିଙ୍କୁ ଏ ବିଷୟରେ ଜଣାଇ କହିଲେ, ଗତ ସନ୍ଧ୍ୟାରେ ଘରେ ବ୍ୟବହାର ପାଇଁ ସବୁଦିନ ପରି ପାଣି ସଂଗ୍ରହ କଲାବେଳେ ସେ ସେଥିରେ ଜିଆ ପରି କିଛି ପୋକ ସାଳୁବାଳୁ ହେବା ଦେଖିବାକୁ ପାଇଲେ । ସେହି ପାଣି ତକ ଫୋପାଡି ଆଉ କିଛି ପାଣି ରଖିଲା ବେଳେ ସେଥିରେ ମଧ୍ୟ ସେହି ପରି ପୋକ ଦେଖିବାକୁ ପାଇଲେ । ରକ୍ଷଣାବେକ୍ଷଣାର ଅଭାବ ସହିତ ବିଭାଗ ଦ୍ୱାରା ବ୍ୟବହୃତ ପାଇପ କିଛି ସ୍ଥାନରେ ଫାଟି ରହିବାର ଅଭିଯୋଗ ରହିଛି । ଏହି ଦିଗରେ ଯଦି ଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତାହେଲେ ଆଗାମୀ ଦିନରେ ଜଣ୍ଡିସ ସଂକ୍ର୍ରମଣ ପରି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି ବୋଲି ଲୋକେ କହୁଛନ୍ତି ।

hiranchal ad1
Leave A Reply

Your email address will not be published.

3 × two =