ବୌଦ୍ଧ ପୂର୍ତ୍ତ ବିଭାଗର ଦୃଷ୍ଟିପଡୁ : ରାସ୍ତାକଡ ଅନାବନା ଗଛ ବଢାଉଛି ଦୁର୍ଘଟଣା

0 511

ହରଭଙ୍ଗା: ହରଭଙ୍ଗା ବ୍ଲକର ବୌଦ୍ଧ ପୂର୍ତ୍ତ ବିଭାଗର ରାସ୍ତା ଯଥା-ହରଭଙ୍ଗାଠାରୁ ଛତ୍ରଙ୍ଗା ପୂର୍ତ୍ତ ରାସ୍ତାରେ ପ୍ରତିଦିନ ପ୍ରାୟ ଛୋଟବଡ ଦୁର୍ଘଟଣା ଘଟୁଛି । ଏହାର ମୁଖ୍ୟ କାରଣ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଅନାବନା ଗଛ ସହିତ ବୁଦାବୁଦା ଘାସ ରାସ୍ତା ଉପରକୁ ମାଡି ଯାଇଛି । ଏହି ୭ କି.ମି. ରାସ୍ତାରେ ରହିଛି ୫ରୁ ଅଧିକ ବିପଦପୂର୍ଣ୍ଣ ବୁଲାଣି । ଏହି ବୁଲାଣି ନିଟକରେ ରାସ୍ତାର ଦୁଇ ପାଶ୍ୱର୍ରେ ରହିଛି ବଡ ବଡ ଘାସ ବୁଦା ଓ ଗଛଡାଳ । ତେଣୁ ଉଭୟ ପାଶ୍ୱର୍ରେ ପଥକମାନେ ପରସ୍ପରକୁ ଦେଖିନପାରି ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି । ୨ ମାସ ମଧ୍ୟରେ ଏହି ରାସ୍ତାରେ ୫ଜଣ ବ୍ୟକ୍ତି ଦୁର୍ଘଟଣାରେ ମୃତାହତ ମଧ୍ୟ ହୋଇଛନ୍ତି । ବହୁ ଧନଜୀବନହାନି ହେଉଛି ଅନ୍ୟପଟେ ଏହି ରାସ୍ତାରେ ଟ୍ରାଫିକ୍ ପୋଷ୍ଟ ଓ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ରାତିରେ ପଥଚାରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁଲିସ ପ୍ରଶାସନର ମନମାନି ଯୋଗୁଁ ବିନା ଡ୍ରାଇଭିଂ ଲାଇସେନ୍ସରେ ବହୁ ବାଇକ୍ ଚାଳକ ଦ୍ରୁତ ଗିତରେ ଗାଡି ଚଳାଇ, ଦୁର୍ଘଟଣା ଘଟାଉଛନ୍ତି । ଅନ୍ୟପଟେ ହରଭଙ୍ଗା ଥାନା ଛକଠାରୁ ଡାକ୍ତରଖାନା ପର୍ଯ୍ୟନ୍ତ ରାସ୍ତାରେ ପଞ୍ଚାୟତ ପକ୍ଷରୁ ଆଲୋକୀକରଣ ହୋଇଛି । ହେଲେ ଡାକ୍ତରଖାନାଠାରୁ ହରଭଙ୍ଗା ପଞ୍ଚାୟତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ଦୁର୍ଘଟଣା ଘଟୁଛି । ଏହି ରାସ୍ତା କଡରେ କଲେଜ, ଉଚ୍ଚ ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ଓ ବନ୍ୟା ଆଶ୍ରୟସ୍ଥଳୀ ଆଦି ରହିଛି । ଏଣୁ ବ୍ଲକ ପ୍ରଶାସନ ପକ୍ଷରୁ ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଦାବି ହେଉଛି । ପ୍ରକାଶଥାଉକି ଏହି ପୂର୍ତ୍ତ ବିଭାଗ ରାସ୍ତା ଉପରେ ୩୦ହଜାରରୁ ଅଧିକ ଲୋକ ଦୈନନ୍ଦିନ ହରଭଙ୍ଗା ବଜାର ଉପରେ ନିର୍ଭର କରିଥାନ୍ତି । ଏହି ରାସ୍ତାଟି ଦୁଇଟି ଜିଲ୍ଲା ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଛି । ତେଣୁ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାରୁ ଅନାବନା ଗଛ ହଟାଇବା ସହ ରାସ୍ତାରେ ଟ୍ରାଫିକ୍ ପୋଷ୍ଟ ବ୍ୟବସ୍ଥା କରିବା ଜରୁରୀ ଅଟେ । ଏ ଦିଗରେ ବୌଦ୍ଧ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ଧଳକୁ ଦୃଷ୍ଟି ଆକର୍ଷଣ କରିବାରୁ, ସେ କହିଲେ ରାସ୍ତାରୁ ଅନାବନା ଗଛ ହଟାଯିବ ବୋଲି ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 5 =