ଓଡିଶା ବାହାରେ ଅଟକ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ କାର୍ଯ୍ୟ ଜାରି ରଖିଛନ୍ତି

0 139

ଭୁବନେଶ୍ୱର : ଓଡିଶା ବାହାରେ ଅଟକ ପଡିଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ ଭାବରେ କାର୍ଯ୍ୟ ଜାରି ରଖିଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲାଇନ ସହାୟତା କେନ୍ଦ୍ର ସ୍ଥାପନ କରାଯିବା ସହିତ ରାଜ୍ୟର ବରିଷ୍ଠ ଆଇପିଏସ୍‌,ଆଇଏଏସ ଓ ନୋଡାଲ ଅଧିକାରୀମାନଙ୍କୁ ନେଇ ଏହି କାର୍ଯ୍ୟ ଜାରି ରଖାଯାଇଛି । ସେମାନଙ୍କ ପାଖରେ ରିଲିଫ କିପରି ପହଞ୍ଚିବ ତାହା ମଧ୍ୟ ଦେଖାଯାଉଛି । ରାଜ୍ୟ ସରକାର ୨୪ ଘଣ୍ଟିଆ ହେଲପଲାଇନ ଓ ପୋର୍ଟାଲ ଦ୍ୱାରା ସେମାନଙ୍କ ପାଖରେ ରିଲିଫ୍ ସହାୟତା ପହଞ୍ଚୁଛି କି ନା’ ତାହା ନିରନ୍ତର ନିରକ୍ଷଣ କରୁଛନ୍ତି । କୋଭିଡ-୧୯ ସଙ୍କଟ ସମଗ୍ର ଦେଶ ପାଇଁ ବିପତ୍ତି ଆଣିଥିବାବେଳେ ବାହାରେ ଫଶିରହିଥିବା ଶ୍ରମିକ ଆମର କିଭଳି ଠିକ୍ ଭାବରେ ଖାଦ୍ୟପେୟ ପାଇବେ, ଯତ୍ନ ପାଇବେ ସେଥିପାଇଁ ଇଜି-୫ ଗ୍ରୁପ୍ ଦ୍ୱାରା ଶ୍ରମିକମାନଙ୍କ ପାଖାରେ ଆବଶ୍ୟକ ଖାଦ୍ୟ ପାନୀୟ ପହଞ୍ଚାଯାଉଛି । ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପୁଣି କହିଲେ ଏଥିପାଇଁ ଭାରତ ସରକାର ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

8 − two =