ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ :ସଂକ୍ରମଣ ନ ବଢାଇବାକୁ ନେବା ଶପଥ

0 101


ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଆସୁଥିବା ପାର୍ବଣ ସମୟରେ ସଂକ୍ରମଣ ନ ବଢାଇବା ପାଇଁ ଅନୁରୋଧ ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ୭ ମାସ ଧରି ଆମେ ଯେଉଁ ଅଭିଜ୍ଞତା ଅର୍ଜନ କରିଛେ, ସେଥିରେ ଆମେ ଜାଣିଛେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଏବଂ ହାତ ଧୋଇବା । ଏହା ନ ମାନିଲେ ପରିବାରର ସମସ୍ତ ଲୋକେ ଏବଂ ସମାଜ ଅସୁବିଧାରେ ପଡିବ । ଏଥିପାଇଁ ଆମେ ସଂକ୍ରମଣକୁ ରୋକିବାକୁ ଶପଥ ନେବା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇ କହିଥିଲେ ଗତ ସାତ ମାସ ହେଲା ଓଡିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି ।
ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ଅନେକ ତ୍ୟାଗ ସ୍ୱୀକାର କରିବାକୁ ହେଉଛି । ବିଶେଷକରି ଆମର ପିଲାମାନେ ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି ।ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାନ୍ତି । ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ୱାରା ଆମେ କରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରିବା ।ସେ ଆହୁରି କହିଛନ୍ତି ଆପଣମାନଙ୍କ ତ୍ୟାଗ ବୃଥା ଯାଇ ନାହିଁ । ଓଡିଶା ଗତ ୬ ମାସରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି । ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି ।
ଆପଣମାନେ ମୋର ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଛନ୍ତି । ହାତ ଧୋଉଛନ୍ତି ଏବଂ ସାମାଜିକ ଦୂରତା ରକ୍ଷାମଧ୍ୟ କରୁଛନ୍ତି । ଆବଶ୍ୟ କିଛି ଲୋକ ଟିକେ ଅମାନିଆ ହେଉଛନ୍ତି ସେମାନେ ପରିସ୍ଥିତିକୁ ଠିକ୍‌ ଭାବରେ ବୁଝିବା ଦରକାର । ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି । ୨୬ ସେପ୍ଟେମ୍ବରରେ ରାଜ୍ୟରେ କୋଭିଡ ସଂଖ୍ୟା ଚାରି ହଜାର ରୁ ଅଧିକ ଥିବାବେଳେ ଆଜି ସଂକ୍ରମମଣ ଦୁଇ ହଜାର ତଳକୁ ଖସିଛି ପଜିଟିଭ ରେଟ ମଧ୍ୟ କମିଛି ଏବଂ ଆଗକୁ ଆହୁରି କମିବ ।

hiring


ସେହିପରି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଓ ଗଜପତି ଉଦାହରଣ ଦେଇ କହିଥିଲେ ଦୁଇ ମାସ ତଳେ ଗଞ୍ଜାମ ହଟସ୍ପଟ ଥିଲା । ପ୍ରତିଦିନ ଶହ ଶହ କୋଭିଡ ଆକ୍ରାନ୍ତ ବାହାରୁଥିଲା । ଲୋକଙ୍କ ସହଯୋଗ ଓ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । ଗଞାମ ଓ ଗଜପତିରେ ସଂକ୍ରମଣ ବହୁତ କମିଯାଇଛି ଏବଂ ସେମାନେ ଏବେ ଅନ୍ୟ ଜିଲ୍ଲା ପାଇଁ ପେରଣା ହୋଇଛନ୍ତି ।
ସେ ଆହୁର କହିଥିଲେ ଆପଣମାନେ ୟୁରୋପୀୟ ଦେଶଗୁଡିକର କଥା ଦେଖନ୍ତୁ । ୟୁକେ, ଫ୍ରାନ୍ସ, ସ୍ପେନ ଆଦି ଦେଶର ମାର୍ଚ୍ଚ-ଅପ୍ରେଲରେ କରୋନା ଭୟଙ୍କର ରୂପ ନେଇଥିଲା । ଅନେକ ଲୋକ ଜୀବନ ହରାଇଲେ । ତା ପରେ କରୋନା ଟିକେ କମିଲା । କିନ୍ତୁ ଏବେ ଦେଖନ୍ତୁ ସେଠାରେ ସଂକ୍ରମଣ ପୁଣି ଥରେ ବହୁତ ବଢ଼ି ଯାଇଛି । ଯାହା ପୂର୍ବଠାରୁ ଅଧିକ ଭୟଙ୍କର ।
ସେହିପରି ଦେଶ କଥା କହିଥିଲେ । ଆମେରିକା ପରେ ଭାରତ ଏବେ ବିଶ୍ଳରେ ଦୁଇ ନମ୍ବରରେ ରହିଛି ।ଲ କେରଳ ବହୁତ ସୁନ୍ଦର ଭାବରେ କରୋନା ସଂକ୍ରମଣକୁ ରୋକିଥିଲା । କିନ୍ତୁ ତାଙ୍କର ପ୍ରସିଦ୍ଧ ଓନାମ ପର୍ବ ପରେ ଏବେ କେରଳରେ ସଂକ୍ରମଣ ତିନି ଗୁଣ ବଢ଼ି ଯାଇଛି ।
ବିଶେଷଜ୍ଞମାନେ କହୁଛନ୍ତି ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ । ଆଗକୁ ଦୁର୍ଗାପୂଜା ଓ ଦୀପାବଳୀ ଆସୁଛି । ମୋର ଅନୁରୋଧ, ପୂଜା ସମୟରେ ଭିଡ କରନ୍ତୁ ନାହିଁ । ଘରେ ରହି ମା’ଙ୍କ ପୂଜା କରନ୍ତୁ । ପ୍ରର୍ଥନା କରନ୍ତୁ । ପରିବାର ସହ ଘରେ ରହି ପରବ ପାଳନ କରନ୍ତୁ ।
ବାହାରକୁ ଗଲେ ମାସ୍କ ପିନ୍ଧନତୁ ହାତ ଧୁଅନ୍ତୁୁ ଏବଂ ସାମାଜିକ ଦୂରତା ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଆଉ ଥରେ ସଂକ୍ରମଣ ବଢ଼ି ଲେ ଆମେ ହଇରାଣ ହେବା ଆମ ପରିବାର ହଇରାଣ ହେବ ୍‌ା ଆମେ ସାବଧାନ ହେଲେ ସଂକ୍ରମଣ ବଢିବ ନାହିଁ । ତେଣୁ ସଂକ୍ରମଣ ଯେପରି ନ ବଢ଼ିବ ସେଥିପାଇଁ ଆସନ୍ତୁ ମାଙ୍କ ପାଖରେ ଶପଥ ନେଇ କାମ କରିବା ।

hiranchal ad1
Leave A Reply

Your email address will not be published.

15 − twelve =