ଅଙ୍ଗନବାଡି ଓ ଆଶାକର୍ମୀଙ୍କ କର୍ତ୍ତବ୍ୟ ସ୍ଥଳରେ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ଭତ୍ତା

0 100

ଭୁବନେଶ୍ୱର : କୋଭିଡ ଯୋଦ୍ଧା ଅଙ୍ଗନବାଡି ଓ ଆଶାକର୍ମୀଙ୍କ ପରିବାର ପାଇଁ ରାଜ୍ୟ ସରକାର ଆଜି ଏକ ନୂଆ ଘୋଷଣା କରିଛନ୍ତି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମାର ସୂଚନା ଅନୁଯାୟୀ କର୍ତ୍ତବ୍ୟରତ ଅଙ୍ଗନବାଡି ଓ ଆଶାକର୍ମୀଙ୍କ କର୍ତ୍ତବ୍ୟସ୍ଥଳରେ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ସରକାର ଭତ୍ତା ପ୍ରଦାନକରିବେ । ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୬୦ବର୍ଷ ହେବା ଯାଏଁ ଏହି ଭତ୍ତା ମିଳିବ । ମୃତ ଅଙ୍ଗନବାଡି କର୍ମୀଙ୍କ ସଂପର୍କୀୟଙ୍କ ମାସିକ ୭୫୦୦ଟଙ୍କା ଭତ୍ତା ପ୍ରଦାନ କରାଯିବ । ସେହିଭଳି ମୃତ ଆଶାକର୍ମୀଙ୍କ ନିକଟ ସଂପର୍କୀୟଙ୍କୁ ମାସିକ ୫ହଜାର ଟଙ୍କା ମିଳିବ । କରୋନା ଯୋଦ୍ଧାଙ୍କ ମନୋବଳ ବଢାଇବା ପାଇଁ ସରକାର ଏଭଳି ଘୋଷଣା କରିଥିବାରୁ ଅଙ୍ଗନବାଡି ଓ ଆଶାକର୍ମୀମାନେ ଏଥିରେ ଉତ୍ସାହିତ ହୋଇ କର୍ତ୍ତବ୍ୟରେ ଆଗଭର ହେବେ । କରୋନା ମହାମାରୀ ଆଜି ସମଗ୍ର ବିଶ୍ୱରେ ଅଦ୍ଭୁତପୂର୍ବ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରତିଶେଧମୂଳକ ପଦକ୍ଷେପ ନେଇଛନ୍ତି ।ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବା ସହିତ ଟିଏମସି କୋଭିଡ କେୟାର ହୋମ ଆଦି କରି କୋଭିଡ ରୋଗୀଙ୍କୁ ସେବା ଯୋଗାଇ ଦେଉଛନ୍ତି । ଏହା ସହିତ ଟେଷ୍ଟିଂ ଓ ଟ୍ରେସିଂ କାମ ମଧ୍ୟ ଜାରି ରହିଛି । ଏଭଳି ସ୍ଥିତିରେ ଆଗ ଧାଡିରେ ରହି ଅଙ୍ଗନବାଡି ଓ ଆଶାକର୍ମୀ ଭଉଣୀମାନେ ସେବା ଯୋଗାଇ ଦେଉଛନ୍ତି । ସେମାନଙ୍କର ମାନବିକତା, ତ୍ୟାଗା ଓ ନିଷ୍ଠାର ତୁଳନା ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ସହିତ ତାଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହି ଆଗଧାଡିର କୋଭିଡ ଯୋଦ୍ଧାଙ୍କ ପରିବାର ସରକାର ଭତ୍ତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ ଯୁଦ୍ଧରେ ସାମିଲ ହୋଇ କେହି ଅଙ୍ଗନବାଡି କର୍ମୀ ଭଉଣୀ ସଂକ୍ରମିତ ହୋଇ ମୃତ୍ୟୁବରଣ କରିବେ ତେବେ ତାଙ୍କ କ୍ଷେତ୍ରରେ ତାଙ୍କ ସ୍ୱାମୀ କିମ୍ବା ନିକଟତମ ଆତ୍ମୀୟଙ୍କୁ ଏହି ଭତ୍ତା ପ୍ରଦାନ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାର ପୂର୍ବରୁ କୋଭିଡ ଯୁଦ୍ଧାଙ୍କ ମୃତ୍ୟୁ କ୍ଷେତ୍ରରେ ୫୦ଲକ୍ଷ ଟଙ୍କାର ଅନୁକଂପା ସହାୟତା ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 1 =