ହରଭଙ୍ଗା : କୁମାରୀ ବାଙ୍କଦେବୀଙ୍କ ଯାତ୍ରା, ପରମ୍ପରାର ଅନ୍ୟନାମ

0 1,247

ହରଭଙ୍ଗା, ୦୭/୦୧ (ହୀ.ପ୍ର): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁମାରୀ ଗ୍ରାମରେ ପୂଜା ପାଉଥିବା ମା\’ ବାଙ୍କ ଦେବୀଙ୍କର ପ୍ରସିଦ୍ଧ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରତି ୪ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରାରେ ଅଞ୍ଚଳର ହଜାର ହଜାର ଭକ୍ତ ଆସି ମା’ଙ୍କର ଆଶୀର୍ବାଦ ନେଇଥାନ୍ତି । ମା’ ବାଙ୍କଦେବୀଙ୍କ ଯାତ୍ର ୧୯୨୦ ମସିହା ଠାରୁ ପ୍ରତି ୪ବର୍ଷରେ ଥରେ ପୌଷ ମାସର ଗୁରୁବାର ଦିନ ଅନୁଷ୍ଠିତ ହୋଇଥାଏ । କିମ୍ବଦନ୍ତୀ କହେ, ୧୮୦୦ ଶତାବ୍ଦୀରେ “ବାଙ୍କବାବା’ ବୋଲି ଜଣେ ସାଧୁ, ଘଞ୍ଚ ଜଙ୍ଗଲ ମଧ୍ୟରେ ଧ୍ୟାନରେ ଥିଲେ । ଏହି ସମୟରେ ତାଙ୍କର ଝୁଲା ମଧ୍ୟରେ ସେ ଗୋଟିଏ ମଣି ସଦୃଶ “ଘଟ’ ରଖିଥାନ୍ତି । ସେହି ମଣି ସଦୃଶ ଘଟର ଉଜ୍ଜ୍ୱଳରେ ଜଙ୍ଗଲର କିଛି ଅଂଶ ଆଲୋକିତ ହୋଇଥାଏ । ସେହି ସମୟରେ ଅତଲସାରା ଗ୍ରାମର କହ୍ନେଁଇ ଦେହୁରୀ ନାମକ ବ୍ୟକ୍ତି ମଈଁଷି ଚରାଉଥିବା ବେଳେ ତାଙ୍କର ସନ୍ଧାନ କରି ଗ୍ରାମରେ ଖବର ଦିଅନ୍ତି ।

hiring

ଏହାପରେ ବୌଦ୍ଧ ରାଜା ସିପାହୀ ଦଳ ବ୍ୟାଘ୍ର ଶିକାରରେ ଆସିଥିବା ବେଳେ ଅତଲସରା ଗ୍ରାମର ଲୋକମାନଙ୍କ ଠାରୁ ବାଙ୍କ ବାବାଙ୍କ ଠାରେ ଏପରି ଔଲୋକିକ “ମଣି’ ଥିବାର ସୂଚନା ପାଇଥାନ୍ତି । ବାବାଙ୍କ ଠାରୁ “ମଣି’ ହରଣ କରିବାର ବିଫଳ ହେବା ପରେ ଝାଡୁ ସିପାହୀ ନାମ୍ନି ସିପାହୀଙ୍କ ଦ୍ୱାରା ବାବାଙ୍କୁ ହତ୍ୟା କରି ମଣି ଉଦ୍ଧାର କରିବାକୁ ଚେଷ୍ଟା କରନ୍ତି । ମାତ୍ର “ମଣି’ ଶୂନ୍ୟରେ ଉଭେଇ ଯାଇଥାଏ । ବାବାଙ୍କ ମୃତଦେହ ଏବେର ପିଠସ୍ଥଳୀ ଠାରେ ଏବଂ ମୁଣ୍ଡବି କୁମାରୀ ଗ୍ରାମର ଜଳଶୟ (ଶର) ଠାରେ ସିପାହୀ ପୋଡି ଦିଅନ୍ତି । ଏହାପରେ ଅତଲସରା ଗ୍ରାମର ତତ୍କାଳୀନ ଗଉଁତିିଥା, ସ୍ୱର୍ଗତ କହ୍ନେଁଇ ଦେହୁରୀଙ୍କ ସ୍ୱପ୍ନାଦେଶ ହୁଏ ଯେ, ସେ ମଣି ହେଉଛି ଏକ ଦେବୀ । ଏଣୁ ବାଙ୍କ ବାବାଙ୍କର ଝୁଲାରେ ଥିବାରୁ “ବାଙ୍କ ଦେବୀ’ ହିସାବରେ ସେହି ବର୍ଷ ଠାରୁ ପ୍ରତି ୪ବର୍ଷରେ ଥରେ “ବାଙ୍କଦେବୀ’ ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଶିକ୍ଷାବିତ୍ ନିର୍ମଳ କୁମାର ରଣା ଏବଂ ଯାତ୍ରା କିମିଟିର ବରିଷ୍ଠ ସଦସ୍ୟ କିଶୋର ବାନାର୍ଜୀଙ୍କ କହିବା ଅନୁସାରେ ଏହି ଯାତ୍ରା ପରମ୍ପରାରେ ନୀରବଛିନ୍ନ ଭାବେ ପାଳିତ ହୋଇଆସୁଛି ।

hiranchal ad1
Leave A Reply

Your email address will not be published.

eleven − 4 =