ସମଗ୍ର ଦେବଗଡ଼ ଜିଲା ବିକାଶ ମଞ୍ଚ ଆନୁକୁଲ୍ୟରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

0 95

ଦେବଗଡ଼ : ପ୍ରତିବର୍ଷ ଜାନୁଆରୀ ୧ ତାରିଖକୁ ଦେବଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଭାବରେ ୨୮ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମଂଚର ସଭାପତି ସୁଧିର କୁମାର ବ୍ରହ୍ମାଙ୍କ ସଭାପତିତ୍ୱରେ ସ୍ଥାନୀୟ ଚମ୍ପକେଶ୍ୱର ମନ୍ଦିର ପ୍ରାଙ୍ଗଣାରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁପଟ୍ଟନାୟକ ଓ ଦେବଗଡ଼ର ପୂର୍ବତନ ବିଧାୟକ ରାଜା ପ୍ରଦୀପ୍ତ ଗଙ୍ଗଦେବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଜିଲ୍ଲା ଗଠନ କ୍ଷେତ୍ରରେ ବିଶେଷ ଭାବରେ ଭୁମିକା ବହନ କରିଥିବା ବ୍ୟକ୍ତି ବିଷେଶଙ୍କ ସ୍ମୃତିଚାରଣ ରିଥିଲେ । ସେହିପରି ଦେବଗଡ଼ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଆଣିବା ପାଇଁ ବିଧାନ ସଭାରେ ପ୍ରସ୍ତାବ ଦେଇଥିବା ସୂଚନା ଦେଇଥିଲେ । ସେହିପରି ମକ୍ଟକ୍ଟ୍ରର ଉପଦେଷ୍ଠା ପ୍ରଫୁଲ କୁମାର ମହାପାତ୍ର,ବରିଷ୍ଠ ସାମ୍ବାଦିକ ମିତ୍ରଭାନୁ ମହାପାତ୍ର,ଜିଲ୍ଲା ଗଠନରେ ବିଷେଶ ଭୂମିକା ବହନ କରିଥିବା ନବୀନ କୁମାର ପାଣି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ବିକାଶ କ୍ଷେତ୍ରରେ ଜନସାଧାରଣଙ୍କର ସାହଯ୍ୟ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି କୋଭିଡ଼-୧୯ କରୋନା ମହାମାରୀ ରେ ପିଂଟ୍‌ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ ଜନସାଧାରଣଙ୍କୁ କରୋନା ସଚେତନତା କରୁଥିବା ପ୍ରତିନିଧି ସତ୍ୟନାରାୟଣ ମିଶ୍ର,ଶଶାଙ୍କ ଶେଖର ଝାଙ୍କର,ମାନସ କୁମାର ଦ୍ୱିବେଦୀ,ସିଦ୍ଧାର୍ଥ ଶଙ୍କର ଗୁରୁ,ପ୍ରଣବ କିଶୋର ଗୁରୁ,ଅଶୋକ କୁମାର ନନ୍ଦ,ଶକ୍ତିସୌରଙ ନନ୍ଦ,ଟିକେଶ୍ୱର ଗୁରୁ,ଅନୁଜ କୁମାର ପ୍ରଧାନ,ସଞ୍ଜିବ କୁମାର ପାଣୀଗ୍ରାହୀ,ଦୀପକ କୁମାର ନନ୍ଦ,ସୁଜାତା ସାହୁ ପ୍ରମୁଖଙ୍କୁ ଉପଢେ଼øକନ ଦେଇ ମଂଚ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ସେହିପରି ସହର ମଧ୍ୟରେ ଗୋପବନ୍ଧୁ ଛକଠାରେ ଉତ୍କଳମଣୀ ଗୋପବନ୍ଧୁ,ରାଜା ସାର୍‌ ବାସୁଦେବ ସୁଢ଼ଳ ଦେବ,ପ୍ରଧାନପାଟ ଶିଶୁ ଉଦ୍ୟାନ ସ୍ଥିତ ବିଜୁ ପଟ୍ଟ ନାୟକଙ୍କ ପ୍ରତିମୂର୍ତିରେ ମଂଚ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

eight + 9 =