ଆଜିଠାରୁ ପୁଣି ଚଳଚଞ୍ଚଳ ହେଲା ଜିଲ୍ଲା ମୁଖ୍ୟ ହସ୍ପିଟାଲ : ଦୀର୍ଘ ୮ମାସର ପରେ ଅଣକୋଭିଡ ରୋଗୀଙ୍କ ପାଇଁ ସୁବିଧା ହେଲା

0 156

ସମ୍ବଲପୁର : ଦୀର୍ଘ ୮ମାସ ପରେ ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଅଣକୋଭିଡ ରୋଗୀଙ୍କ ପାଇଁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଆଜିଠାରୁ ଖୋଲା ଯାଇଛି । ବର୍ତ୍ତମାନ ସେଠାରେ କେବଳ ବର୍ହି୍‌ରୋଗୀ ଚିକିତ୍ସା ଆରମ୍ଭ କରାଯାଇଛି ଓ ଏଥିପାଇଁ ହସ୍ପିଟାଲ ପରିସର ଚଳଚଞ୍ଚଳ ହୋଇ ଉଠିଛି । ଏଠାରେ କରୋନାର ପ୍ରାଦୁର୍ଭାବ ଆରମ୍ଭ ହେଲା କ୍ଷଣି ଜିଲ୍ଲା ପ୍ରଶାସନ ନିଜ ଆଡୁ ଏକତରଫା ନିଷ୍ପତ୍ତି ନେଇ ଏହାକୁ କୋଭିଡ ହସ୍ପିଟାଲରେ ପରିଣତ କରିଦେଇ ଥିଲେ । ଏହା ଫଳରେ ଏଠାକାର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ବାଧ୍ୟ ହେଲେ । ଏହାର ବିକଳ୍ପ ସ୍ୱରୂପ ଏହି ମହାନଗର ଅଞ୍ଚଳରେ ପୂର୍ବରୁ ଉପଲବ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ପ୍ରସ୍ତୁତ କରାଗଲା, କିନ୍ତୁ ଲୋକେ ତଥାପି ପୂର୍ବ ପରି ସୁବିଧା ପାଇ ପାରିଲେ ନାହିଁ । ମାର୍ଚ୍ଚ ମାସ ପୂର୍ବରୁ ଏହି ଜିଲ୍ଲା ମୁଖ୍ୟ ହସ୍ପିଟାଲ ଉପରେ ସମଗ୍ର ସମ୍ବଲପୁର ଜିଲ୍ଲା ସହିତ ଆଖପାଖ ସୀମାନ୍ତ ଗାଁର ଲୋକେ ନିର୍ଭର କରୁଥିଲେ । ତେଣୁ ସେମାନଙ୍କ ପାଇଁ ଏହି ହସ୍ପିଟାଲ ବନ୍ଦ ହୋଇଯିବାରୁ ସେମାନଙ୍କ ଅସୁବିଧାର ଆଉ କୌଣସି ସୀମା ରହିଲା ନାହିଁ । ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ସେଠାରେ ମେଡିସିନ ୱାର୍ଡର ୪୦ ଶଯ୍ୟା କମିଯିବା ସହିତ ସଂକ୍ରମଣ ୱାର୍ଡ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଇଗଲା । ତଥାପି ଖୁସିର ବିଷୟ ଯେ ଏଠାରେ ପୂର୍ବରୁ ନଥିବା ଆଇସିୟୁ ଖୋଲିବ, ଯାହାକି ଏଠାକୁ କୋଭିଡ ହସ୍ପିଟାଲ ପାଇଁ ମଞ୍ଜୁର ହୋଇଥିଲା । ଏଥିପାଇଁ କିନ୍ତୁ ବିଶେଷଜ୍ଞ ଓ ପ୍ରଶିକ୍ଷିତ ଡାକ୍ତର ତଥା କର୍ମଚାରୀ ନିଯୁକ୍ତି ନ ହେଲେ ଏହା କାମକୁ ଆସିବ କିପରି ଏହି ପ୍ରଶ୍ନ ପ୍ରଶାସନ ସାମନାରେ ଠିଆ ହୋଇରହିଛି ।

hiranchal ad1
Leave A Reply

Your email address will not be published.

19 − 13 =