ଶଗଡ଼ାରେ ସଚେତନତା କାର୍ଯ୍ୟକ୍ରମ

0 92

ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ଶଗଡ଼ାରେ ଶନିବାର ମାନବ ଅଧିକାର ସଚେତନତା ସଂଘ, ବୌଦ୍ଧ ପକ୍ଷରୁ ଏକ ମହିଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ପାଇଁ ଲକ୍ଡାନ୍ ଯୋଗୁଁ ବିଭିନ୍ନ ମାଇକ୍ରୋ ଫାଇନା୍ନ୍ସ କମ୍ପାନୀରୁ ଋଣ ଆଣିଥିବା ମହିଳା ଦଳଗୁଡ଼ିକ ସଂପୃକ୍ତ କମ୍ପାନୀର ଏଜେଣ୍ଟମାନେ ଜୋରଜବରଦସ୍ତ ଋଣ ଆଦାୟ କରୁଥିବାରୁ ଏବଂ ଆର୍ବିଆଇ ଗାଇଡଲାଇନକୁ ସଂପୂର୍ଣ୍ଣ ଭାବରେ ଉଲ୍ଲଙ୍ଘନ କରୁଥବବାରୁ ଏହାକୁ ମହିଳାମାନେ ନାପସନ୍ଦ କରିଥିଲେ । କରେନା ପାଇଁ ସମସ୍ତ ବ୍ୟବସାୟ ଠପ୍ ହୋଇଯାଇଥିବାରୁ କେତେକ ମହିଳା ଋଣ ଶୁଝିବା ପାଇଁ ଅସମର୍ଥ ପ୍ରକାଶ କରୁଥିବା ବେଳେ ଏଜେଣ୍ଟମାନେ ନାଲିଆଖି ଦେଖାଉଥିବାରୁ ଏହାକୁ ବିରୋଧ କରିବା ସହିତ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଋଣ ପରିଶୋଧ ନକରିବାକୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଯଦୁମଣି ମିଶ୍ର, ସଂପାଦକ ସନ୍ତୋଷ ମିଶ୍ର ସମେତ ୫୦ରୁ ଊଦ୍ଧ୍ୱର୍ ମହିଳାମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 + 6 =