ବୌଦ୍ଧ : ସମସ୍ତ ମନ୍ଦିର ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

0 1,859

hiring

ବୌଦ୍ଧ,୩/୧୧ : ବୌଦ୍ଧ ଜିଲ୍ଲାରେ ଥିବା ସମସ୍ତ ମଠ ମନ୍ଦିର ମାର୍ଚ୍ଚ 16 ତାରିଖ ଠାରୁ ବନ୍ଦ ରହିଥିବାରୁ ସେବାୟତ ମାନେ ଘୋର ଆର୍ଥିକ ସଂକଟରେ ଥିବା ହେତୁ ଶୀଘ୍ର ମଠ ମନ୍ଦିର ଜିଲ୍ଲାରେ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି | ଆଜି ବୌଦ୍ଧ ଜିଲ୍ଲା ମଠ ମନ୍ଦିର ସୁରକ୍ଷା ସମିତି ତରଫରୁ ଆବାହକ ସତ୍ୟଜିତ କୁମାର୍ ପଣ୍ଡାଙ୍କ ନେତୃତ୍ବରେ ଏ ସମ୍ପର୍କରେ ଏକ ଦାବିପତ୍ର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ପ୍ରଦାନ କରାଯାଇଛି | ଦୀର୍ଘ 8 ମାସର କୋଭିଡ୍ କଟକଣା ମଧ୍ୟରେ ସେବାୟତ ପରିବାର ମାନେ ବହୁ ଅସୁବିଧାର ସମ୍ମୁଖିନ୍ନ ହେଉଥିବା ଓ ଠାକୁରଙ୍କ ନୀତିକାନ୍ତି ପରିଚାଳନା କ୍ଷେତ୍ରରେ ହଇରାଣ ହେଉଥିବା ଦାବୀ ପତ୍ରରେ କୁହାଯାଇଛି | ସେହିପରି ପବିତ୍ର କାର୍ତ୍ତିକ ମାସରେ ଶୈବ ପିଠ ଓ ଅନ୍ୟାନ୍ୟ ମଠ ମନ୍ଦିର ରେ ଦର୍ଶନାର୍ଥୀ ପ୍ରବେଶ ନିଷେଧ ରହୁଥିବାରୁ ଭକ୍ତ ମାନଙ୍କ ଧାର୍ମିକ ଭାବନା ଓ ଭାବାବେଗକୁ ଆଘାତ ପହଞ୍ଚୁ ଥିବା ଦାବୀ ପତ୍ରରେ ଦର୍ଶାଯାଇଛି l କୋଭିଡ୍ ନିୟମକୁ ପାଳନ ଓ ସମସ୍ତ ପ୍ରସ୍ତୁତି ସହ ଶୃଂଖଳିତ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ସୁଯୋଗ ଦେବାକୁ ମଠ ମନ୍ଦିର ସୁରକ୍ଷା ସମିତି ଦାବୀ କରିଛି | ସେବାୟତ ମାନେ କୋଭିଡ୍ ନିୟମକୁ ମାନିବା ପାଇଁ ଲିଖିତ ସ୍ୱୀକାରୋକ୍ତି ଦେଇ ଭକ୍ତ ଓ ଦର୍ଶନାର୍ଥୀ ମାନଙ୍କୁ ଦର୍ଶନ ସୁଯୋଗ କିଭଳି ଦେଇ ପାରିବେ ସେ ଦିଗରେ ଜିଲ୍ଲାପାଳ ଶ୍ରୀ ମିଶ୍ର ପଦକ୍ଷେପ ନେଉଥିବା ପ୍ରକାଶ କରିଥିଲେ |

hiranchal ad1
Leave A Reply

Your email address will not be published.

five + eleven =