ବୌଦ୍ଧ,୧୦/୧୧- ମହାମାରୀ କୋଭିଡ୍ ସମୟରେ ଅସ୍ଥାୟୀ ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଛଟେଇ କରାଯାଇଥିବା ପ୍ରତିବାଦରେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l ମହାମାରୀ ବ୍ୟାପିବା ପରେ ଏ ସମସ୍ତ କର୍ମୀ ମାନଙ୍କୁ ଅସ୍ଥାୟୀ ଭାବରେ ଗତ ଅପ୍ରେଲ୍ ମାସରେ ନିଯୁକ୍ତି ଦିଆଯାଇଥିଲା l ସେମାନେ ସେମାନଙ୍କ ଦାୟିତ୍ବ ଠିକ୍ ଭାବରେ ନିର୍ବାହ କରିଥିଲେ ମଧ୍ୟ ତାଙ୍କୁ ହଠାତ୍ ଛଟେଇ କରାଯାଇଛି | ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠିରେ କୋଭିଡ୍ ଦାୟିତ୍ବରେ ଥିବା ଅସ୍ଥାୟୀ ପାରା ମେଡିକାଲ ସ୍ବାସ୍ଥ୍ୟ କର୍ମୀଙ୍କ ନିଯୁକ୍ତିକୁ ଡିସେମ୍ବର୍ 31 ତାରିଖ ଯାଏଁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ମାତ୍ର ବୌଦ୍ଧ ଜିଲ୍ଲାରେ ତାହା କାର୍ଯ୍ୟକାରୀ ନ ହୋଇ ଅପରପକ୍ଷରେ ଛଟେଇ କରାଯାଇଛି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି | ସେମାନଙ୍କୁ ଡିସେମ୍ବର୍ 31 ଯାଏଁ ପୁନଃ ନିଯୁକ୍ତି କରାଯିବାକୁ ସେମାନେ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି |