ବୌଦ୍ଧ,୨/୧୧ – ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ମହାନଦୀର ଅପରପାର୍ଶ୍ୱରେ ଅନଗୁଳ ଜିଲାର ଜିଲ୍ଲା ଆଠମଲିକ ବ୍ଲକ୍ କିଆକଟା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି 2 ଜଣଙ୍କ ଜୀବନ ଯିବା ସହ 20 ଜଣରୁ ଅଧିକ ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଗତ ରାତି ପ୍ରାୟ ଘ 12. 30 ମିନିଟ ସମୟରେ ବଲାଙ୍ଗୀର ଅଂଚଳର ଗୋଟିଏ ଇନୋଭା କାର୍ ଓଡି 03 G 2255 ରେଢାଖୋଲ୍ – ବୌଦ୍ଧ ରାସ୍ତାର କିଆକଟା ଛକ ନିକଟରେ ରାସ୍ତା କଡରେ ରଖି ଯାତ୍ରୀ ମାନେ ପରିସ୍ରା କରିବାକୁ ଯାଇଥିବା ବେଳେ ହୀରାକୁଦରୁ ବ୍ରମ୍ହପୁର କୁ ଯାଉଥିବା ବୃଂଦାବନ ନାମକ ଘରୋଇ ଯାତ୍ରୀ ବାହୀ ବସ୍ ଓଡ଼ି 02 ଏ କେ 8188 ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡିଥିଲା l
କାରରେ ଥିବା ଡ୍ରାଇଭର ଓ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍ ଓଲଟି ବସ୍ ରେ ଥିବା ଯାତ୍ରୀ ମାନଂକ ମଧ୍ୟରୁ 20 ଜଣ ଆହତ ହୋଇଥିଲେ l 7 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆମ୍ବୁଲାନସ୍ ଯୋଗେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା |
ଆହତ ବସ୍ ଯାତ୍ରୀ ମିଥୁନ ବେହେରା, ତାପସ ରଞ୍ଜନ ବଲପୁସା, ବାସନ୍ତୀ ପ୍ରଧାନ, ସଞ୍ଜୁ ନାଏକ, ନଳିନୀ ସ୍ୱାଇଁ, ଭାନିଲା ରାଓ, ବବିତା ପଟ୍ଟନାୟକ, ସୁରେଶ ଛତ୍ରୀଆ, ସାଗରିକା ଛତ୍ରୀଆ, ଆଦିତ୍ୟ ପଣ୍ଡା କୁଳମଣି କିଶାନ, ଗଣେଶ ପଣ୍ଡା, ଅଞ୍ଜନା ବେହେରା ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି l