ଅନେକ ସ୍ଥାନରେ ଭାଙ୍ଗିଲା ସାଲୁଙ୍କୀ କେନାଲ, ଗାଆଁରେ ପଶିଲା ପାଣି

0 1,322

ବୌଦ୍ଧ,୧୬/୮ – ବୌଦ୍ଧ ସାଲୁଙ୍କୀ କେନାଲର ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଜାଗାରେ ଘାଇ ସୃଷ୍ଟି ହୋଇଥିବା ଖବର ମିଳୁଛି l ଗତକାଲି ସାଲୁଙ୍କୀ କେନାଲ ଭାଙ୍ଗି ଯିବାରୁ ବଉଦ ବ୍ଲକ୍ ତାଲସରଡା ଗ୍ରାମ ପଂଚାୟତର କନେକପୁର ଗ୍ରାମ ମଧ୍ୟରେ ପାଣି ପଶିଥିବା ଦେଖିବାକୁ ମିଳିଛି l ଗାଆଁ ଦାଣ୍ଡରେ ପାଣିର ସୁଅ ଚାଲିଛି l କେନାଲ ଯେଉଁ ଜାଗାରେ ଭାଙ୍ଗିଛି ସେଠାରେ କଂକରିଟ ଗାର୍ଡ ୱାଲ ନିର୍ମାଣ ପାଇଁ ଲୋକେ ଦାବି କରି ଆସୁଥିଲେ ମଧ୍ୟ ଜଳ ସେଚନ ବିଭାଗ ଲୋକଙ୍କ ଦାବିକୁ କର୍ଣ୍ଣପାତ କରୁନାହାନ୍ତି l ଫଳରେ ଏକର ଏକର ଜମିରେ ହୋଇଥିବା ଧାନ ଫସଲ ନଷ୍ଟ ହେବା ସହ ଗାଆଁ ଭିତରେ ପାଣି ପଶି ଲୋକଙ୍କର ଘର ଦ୍ବାର ଭାଙ୍ଗିବାର ସମ୍ଭାବନା ରହିଛି |
ସେହିପରି ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ବାଲି ଦୋହଲି ଗ୍ରାମ ନିକଟରେ କେନାଲ ଭାଙ୍ଗି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି l ଅନେକ ବିଲରେ ଧାନ ଗଛ ବୁଡି ଯିବା ସହ କେନାଲ ଭାଙ୍ଗି ଥିବା ସ୍ଥାନରେ ଚାଷ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି l
ଜଳ ସେଚନ ବିଭାଗର ଅପରିଣାମଦର୍ଶିତା ଓ କେନାଲ ମରାମତି ରେ ହେଉଥିବା ଦୁର୍ନୀତି ଯୋଗୁଁ ଏ ସବୁ ସମସ୍ୟା ଉପୁଜୁଥିବା ଚାଷୀକୁଳ ଅଭିଯୋଗ କରିଛନ୍ତି | କେନାଲ ଭାଙ୍ଗି ଯାଇଥିବା ଦିଗରେ ଜଳ ଯୋଗାଣ ବନ୍ଦ କରି ତୁରନ୍ତ ମରାମତି କରିବାକୁ ଓ କ୍ଷୟକ୍ଷତି ହୋଇ ଥିବା ଚାଷୀ ମାନଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦେବାକୁ ଜନସାଧାରଣ ଦାବୀ କରିଛନ୍ତି |

hiranchal ad1
Leave A Reply

Your email address will not be published.

19 − ten =