ଆସନ୍ତା 30 ରେ ଖୋଲିବ ହରଭଙ୍ଗା ବିଚାର ବିଭାଗର ଅଦାଲତ

0 550

hiring

ବୌଦ୍ଧ,୧୪/୧ – ବହୁ ଦିନ ଧରି ଝୁଲି ରହିଥିବା ହରଭଙ୍ଗା ସିଭିଲ୍ ଜଜ୍ (ଜୁନିଅର ଡିଭିଜନ) – ତଥା – ଜେ. ଏମ.ଏଫ.ସି. ଅଦାଲତ ଆସନ୍ତା ଜାନୁଆରି 30 ତାରିଖରେ ଚାରିଛକ ଠାରେ ଉଦଘାଟନ କରିବାକୁ ଉଚ୍ଚ ମାନ୍ୟବର ନ୍ୟାୟାଳୟ ତାରିଖ ଘୋଷଣା କରିଛନ୍ତି | ଏ ସମ୍ପର୍କରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ସ୍ବତନ୍ତ୍ର ଅଧିକାରୀ (ପ୍ରଶାସନ) ବାସୁଦେବ ଆଚାର୍ଯ୍ୟ ପତ୍ର ସଂଖ୍ୟା 548 ତା 13. 1. 2021 ରେ ବୌଦ୍ଧ ଜିଲ୍ଲା ଓ ସେସନସ୍ ଜଜ୍ ଙ୍କୁ ଅବଗତ କରାଇଛନ୍ତି l ଆବଶ୍ୟକ କର୍ମଚାରୀ ଓ ରେକର୍ଡ ହରଭଙ୍ଗା ଅଦାଲତ ପାଇଁ ଯୋଗାଇ ଦେବାକୁ ଅନୁରୋଧ କରିଥିବା ଜଣା ପଡିଛି l ଅଦାଲତର ଉଦଘାଟନୀ ସମାରୋହରେ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ଏସ.କେ. ମିଶ୍ର, ଜଷ୍ଟିସ ବି.ଆର. ଷଡ଼ଙ୍ଗୀ ଓ ଜଷ୍ଟିସ ସାବିତ୍ରୀ ରଥ ଯୋଗ ଦେବା ପାଇଁ ସଦୟ ସ୍ବୀକୃତି ପ୍ରଦାନ କରିଥିବା ପତ୍ରରେ ଉଲ୍ଲେଖ ରହିଛି |

hiranchal ad1
Leave A Reply

Your email address will not be published.

five × 4 =