ବୌଦ୍ଧ,୨୩/୯ – ମୋଦୀ ସରକାରଙ୍କ କୃଷକ ବିରୋଧୀ, ଶ୍ରମିକ ବିରୋଧୀ ଓ ସର୍ବୋପରି ଜନବିରୋଧୀ ନୀତିକୁ ବିରୋଧ କରି ଓଡିଶାର 6 ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ତରଫରୁ ଆଜି ପାଳିତ ହେଉଥିବା ସର୍ବ ଭାରତୀୟ ପ୍ରତିବାଦ ଦିବସ ଅବସରରେ ଆଜି ବୌଦ୍ଧ ଠାରେ ମଧ୍ୟ ପ୍ରତିବାଦ ଦିବସ ପାଳନ କରାଯାଇଛି | ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ଜିଲାପାଲଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ପ୍ରତିବାଦ ଦିବସ କାର୍ଯ୍ୟକ୍ରମରେ ଇଣ୍ଡିଆନ ନେସନାଲ ଟ୍ରେଡ ୟୁନିଅନ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଭାତ ମଟlଲୀ, ବ୍ଲକ୍ କାଂଗ୍ରେସ ସଭାପତି ରଘୁନାଥ ପାଲିଆ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ଛାତ୍ର ସଭାପତି ବିକ୍ରମ ପ୍ରଧାନ, ସୁରୁ ତରିଆ, ପୁରନ୍ଦର ବସ୍ତିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ |