ସାଢେ ୧ଟାରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍‌ : ଅନଲକ୍‌ ହେବ କି ?

0 164

ଭୁବନେଶ୍ୱର : ଗୁରୁବାର ସକାଳେ ରାଜ୍ୟରେ ଲକଡାଉନ ଶେଷ ହେବାକୁ ଯାଉଛି । ତେବେ ଲକଡାଉନ୍‌ କଟକଣା ବଢିବ ନା କୋହଳ ହେବେ ସେନେଇ ଏବେସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ସାଢେ ୧ଟା ସମୟରେ କିଛି ବଡ ଘୋଷଣା କରିପାରନ୍ତି ବୋଲି ଜଣାପଡିଛି ।
ଏହାପୂର୍ବରୁ ଲକଡାଉନ୍‌ ଓ ଅନଲକ୍‌ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ, ସମସ୍ତ ଡାଟାକୁ ସର୍ଭେ କରି ରାଜ୍ୟରେ ଲକଡାଉନ୍‌ ଓ ଅନଲକ୍‌ ଉପରେ ନିଷ୍ପତ୍ତି ନିଆଯିବ । ରାଜ୍ୟରେ ଧିରେ ଧିରେ କୋରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ହାର କମୁଛି । ଆଉ ଅଳ୍ପ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କମିଯିବ ବୋଲି ଆଶା କରାଯାଉଛି । ଲୋକେ ସଚେତନ ହେଲେ କୋରୋନା ନିୟନ୍ତ୍ରଣ ହେବ । ଅନଲକ୍‌ ହେଲେ ମଧ୍ୟ ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ହେବ । ଏବେ କମ୍‌ ରୋଗୀ ଆଇସିୟୁରେ ରହିଛନ୍ତି ।
ସେହିପରି ନକଲି ଔଷଧ ନେଇ ସିବିକେ ମହାନ୍ତି କହିଛନ୍ତି ଯେ, କେବଳ ନକଲି ଔଷଧ ଓଡ଼ିଶାର ନୁହେଁ ସମଗ୍ର ଦେଶରେ ରହିଛି । ଯେବେ ନକଲି ପ୍ରମାଣ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ । ଡ୍ରଗସ୍‌ କଣ୍ଟ୍ରୋଲର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

1 × one =