ବୌଦ୍ଧ: ମାର୍ଚ୍ଚ ୨୪ ତାରିଖରୁ କରୋନା ପାଇଁ ଲକଡାଉନ ହୋଇଥିବାରୁ ସାଧାରଣତଃ ବିଭିନ୍ନ ରୋଗରେ ପୀଡିତ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କରୋନା ସଂକ୍ରମଣ ଭୟରେ ଲୋକେ ଡାକ୍ତରଖାନା ନଆସିବାକୁ ପ୍ରଶାସନର ନିଷ୍ପତ୍ତି ଅନେକ ରୋଗୀ ହଇରାଣ ହେଉଛନ୍ତି । ସରକାର ଯଦିଓ ଫୋନ ମାଧ୍ୟମରେ ଡାକ୍ତରଙ୍କର ପରାମର୍ଶ ନେବାର ବ୍ୟବସ୍ଥା କରିଛନ୍ତି ତଥାପି ତାହା ସେତେଟା ଫଳପ୍ରଦ ହୋଇପାରୁନାହିଁ ।
ସବୁଠାରୁ ବେଶୀ ହଇରାଣ ହେଉଛନ୍ତି ହରଭଙ୍ଗା ବ୍ଲକର କିଡନୀ ରୋଗୀମାନେ .ା ଏହି ବ୍ଲକରେ ଗତ ୨ବର୍ଷରେ କିଡନୀ ରୋଗରେ ପ୍ରାୟ ୧୮୯ ଜଣଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ବର୍ତ୍ତମାନ ୨୫୪ଜଣ ଚିକିତ୍ସାଧୀନ ଅଛନ୍ତି । ଫାଇଭ ଟି ସଚିବଙ୍କ ବୌଦ୍ଧ ଡାକ୍ତରଖାନା ପରିଦର୍ଶନ ପାଇଁ ବୌଦ୍ଧ ଗସ୍ତରେ ଆସିଥିବାବେଳେ ହରଭଙ୍ଗା ବ୍ଲକ କିଡନୀ ପ୍ରପୀଡିତ ନାଗରିକ ମଞ୍ଚ ଦାବି କରିଥିଲା ସ୍ୱତନ୍ତ୍ର ଶିବିର ମାଧ୍ୟମରେ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରିବାପାଇଁ । ତାହା ମଧ୍ୟ ଚାଲିଥିଲା । କରୋନା ମାମଲାରେ ଜିଲ୍ଲାପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ବ୍ୟସ୍ତ ରହିବା ଫଳରେ ଏବେ ୨ମାସ ହେଲା ଆଉ କିଡନୀ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟଶିବିର କରାଯାଇପାରୁନାହିଁ । ଫଳରେ ରୋଗୀମାନେ ନାନାଦି ହଇରାଣ ହେଉଛନ୍ତି । ସେଥିପାଇଁ ତୁରନ୍ତ ପୁନଃ ଶିବିର ଆୟୋଜନ କରିବାପାଇଁ ଦାବି ଜଣାଇଛି ବୌଦ୍ଧଜିଲ୍ଲା ବିକାଶ ଗର୍ଜନ ସେନା । ଦାବିପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି, ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗକୁ ସଭାପତି ବାଲ୍ମିକୀ ମହାକୁଡ ଅନୁରୋଧ କରିଥିବା ଜଣାପଡିଛି ।
କରୋନାପାଇଁ ବ୍ୟସ୍ତ ରହି ଅନ୍ୟ ରୋଗୀଙ୍କ ପ୍ରତି ଅବହେଳା କରାଯିବା ଉଚିତ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି । ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଯତ୍ନବାନ ହେବାକୁ ଜନସାଧାରଣରେ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.
Prev Post