ଶେଷ ହେଲା ତିନି ଠାକୁରଙ୍କ ପହଣ୍ଡି ବିଜେ,ରଥାରୁଢ଼ ହେଲେ ଶ୍ରୀଜିଉ

0 78

ପୁରୀ: ଶେଷ ହେଲା ତିନି ଠାକୁରଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାରୁଢ଼ ହେଲେ ତିନି ଠାକୁର । ଦେବଦଳନରେ ସୁଭଦ୍ରା, ତାଳଧ୍ୱଜରେ ବଳଭଦ୍ର ରଥାରୁଢ଼। ନନ୍ଦିଘୋଷ ରଥରେ ପ୍ରଭୁ ଶ୍ରୀଜଗନ୍ନାଥ ରଥାରୁଢ଼।
ଧାଡ଼ି ପହଣ୍ଡିରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ବଡ଼ଦାଣ୍ଡକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତୀ । ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହେବା ପରେ ଶ୍ରୀବଳଭଦ୍ର ଓ ପରେ ହେଲା ଦେବୀ ସୁଭଦ୍ରାଙ୍କ ପହଣ୍ଡି। ପରେ ଶେଷରେ ପହଣ୍ଡିରେ ଆସିଥିଲେ କାଳିଆ ସାଆନ୍ତ।
ସୂଚନାଯୋଗ୍ୟ, କୋଭିଡ କଟକଣା ମଧ୍ୟରେ ଭକ୍ତଶୂନ୍ୟ ଘୋଷଯାତ୍ରା ପାଇଁ ବି ପୁଲିସ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଶୃଙ୍ଖଳିତ ଯାତ୍ରା ପାଇଁ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇ ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସହରର ମୁଖ୍ୟ ପ୍ରବେଶ ପଥ, ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାର ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯିବ।

hiranchal ad1
Leave A Reply

Your email address will not be published.

eleven + eighteen =