ବୌଦ୍ଧ : ରାଜଘାଟରେ ଜଳିଲା ଦୁଇ କରୋନା ଆକ୍ରାନ୍ତଙ୍କ ଚିତା

0 3,270


ବୌଦ୍ଧ,୬/୧୦ – କରୋନା ପଜିଟିଭ ଚିନ୍ହଟ ହୋଇ ବୌଦ୍ଧ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ବୁଟୁପାଲି ତରଫରୁ ମୃତ୍ୟୁ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କର ଶବ ସତ୍କାର ପ୍ରଶାସନ ସହଯୋଗରେ ବୌଦ୍ଧ ରାଜଘାଟ ରେ କରାଯାଇଛି | ଉକ୍ତ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରୁ ପୁରୁଣାକଟକ ଅଂଚଳର ଜଣେ 55 ବର୍ଷୀୟା ଶିକ୍ଷକ ଓ ଅନ୍ୟ ଜଣେ ହେଉଛନ୍ତି ମନମୁଣ୍ଡା ଅଂଚଳର ଜଣେ ବୃଦ୍ଧା l ଶବସତ୍କାର ସମୟରେ ସଂଗଠନର ସଦସ୍ୟ ଶିତେନ ବାରିକ,ରାମଚନ୍ଦ୍ର ମେହେର, ମଳୟ ବାରିକ,ସୁବାଷ ବଡମାଳି, ବିକାଶ ମେହେର,ସିଲୁ ଦେହୁରୀ,ମିନୁପ୍ରସlଦ ମିଶ୍ର, ଇନ୍ଦ୍ରମଣି ମେହେର,ପ୍ରମୁଖ ସହଯୋଗ କରିଥିବା ବେଳେ ବୃଦ୍ଧା ଙ୍କର ପୁଅ ଓ ବୃଦ୍ଧ ଙ୍କର ଭାଇ ମୁଖାଗ୍ନି ଦେଇଥିଲେ |

hiranchal ad1
Leave A Reply

Your email address will not be published.

five × four =