ରେଜଲ୍ଟକୁ ନେଇ ସ୍ପଷ୍ଟୀକରଣ ରଖିଲେ ବୋର୍ଡ କର୍ତ୍ତୃପକ୍ଷ, ଜୁଲାଇରେ ମାଟ୍ରିକ୍‌ ଅଫଲାଇନ ପରୀକ୍ଷା

0 242

କଟକ : ମାଟ୍ରିକ୍‌ ଫଳାଫଳକୁ ନେଇ ଛାତ୍ର ଅଶାନ୍ତି ଦେଖାଯିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ରେଜଲ୍ଟକୁ ନେଇ ବଢୁଥିବା ଅସନ୍ତୋଷ ଉପରେ ରଖିଛନ୍ତି ସ୍ପଷ୍ଟୀକରଣ । କରୋନା କାଳରେ ବି ୯୨ ଦିନ ଯାଏଁ ସ୍କୁଲରେ ପାଠପଢା ହୋଇଛି । ମେ’ ମାସ ୭ ତାରିଖରେ ବିଜ୍ଞପ୍ତି ଆଧାରରେ ମୂଲ୍ୟାୟନ କରାଯାଇଛି । ସେହିପରି ଯେଉଁ ପରୀକ୍ଷାର୍ଥୀମାନେ ଫଳରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ସେମାନେ ଅଫଲାଇନରେ ପରୀକ୍ଷା ଦିଅନ୍ତୁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଆସନ୍ତା ଜୁଲାଇ ମାସରେ ମାଟ୍ରିକ୍‌ ଅଫଲାଇନ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ପରେ ଫଳ ଶୀଘ୍ର ପ୍ରକାଶ କରାଯିବ । ଏଣୁ +୨ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ନାମଲେଖାରେ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି ।
ପରୀକ୍ଷା ଫଳ ଅନେକ ଶିକ୍ଷାବିତ୍‌, ଅନ୍ୟ ରାଜ୍ୟର ପରୀକ୍ଷା ପଦ୍ଧତିକୁ ଅନୁସରଣ କରାଯାଇଥିଲା । ୩୦ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବିଶିଷ୍ଟ ଶିକ୍ଷାବିତମାନଙ୍କର ପରାମର୍ଶ ନେଇଥିଲା ବୋର୍ଡ । ସମସ୍ତଙ୍କ ପରାମର୍ଶ ପରେ ଏକ୍ସାମିନେସନ୍‌ କମିଟିର ମଞ୍ଜୁରୀ ପରେ ପଦକ୍ଷେପ ନିଆଯାଇଛି ।
ମଡ଼ରେସନ ପଲିସି ଅନୁସାରେ ସବୁ କିଛି ହୋଇଛି । ନବମ ଶ୍ରେଣୀର ସର୍ବାଧିକ ଏବଂ ଦଶମ ଶ୍ରେଣୀର ୩ଟି ପରୀକ୍ଷାକୁ ଆଧାର କରି ରେଜଲ୍ଟ ପ୍ରକାଶ ପାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସ୍କୁଲମାନଙ୍କର ୪ ବର୍ଷର ପରଫରମାନ୍ସକୁ ଦେଖାଯାଇଛି ।

hiranchal ad1
Leave A Reply

Your email address will not be published.

5 + four =