ସଂକ୍ରମଣହାର କମିବାରୁ ସାମୟିକ ଆଶ୍ୱସ୍ତି: ଆଜି ନୂଆ ୬୦ଜଣ ପଜିଟିଭ ଚିହ୍ନଟ

0 109

ସମ୍ବଲପୁର : ମାସାଧିକ କାଳ ନିରନ୍ତର ବୃଦ୍ଧି ପରେ ଗତ ଦୁଇଦିନ ହେଲା ଦୈନିକ ସଂକ୍ରମଣହାରରେ ସାମାନ୍ୟ ହ୍ରାସ ଯୋଗୁଁ ସମ୍ବଲପୁର ଜିଲ୍ଲାର ସ୍ଥିତିରେ ଧିରେ ଧିରେ ଉନ୍ନତି ଆଶା କରାଯାଉଛି । କିନ୍ତୁ କିଛି ବୁଦ୍ଧିଜୀବୀଙ୍କ ମତାନୁସାରେ ସ୍ଥିତି ପୂର୍ବପରି ଅପରିବର୍ତ୍ତିତ ରହିଛି, ବରନ କୋଭିଡ ଟେଷ୍ଟ (ପରୀକ୍ଷା) ସଂଖ୍ୟାରେ ହ୍ରାସ ଯୋଗୁଁ ଏପରି ଉନ୍ନତି ପରିଲକ୍ଷିତ ହେଉଛି, ଏଣୁ ପ୍ରଶାସନର ଏହିଚାଲ ପ୍ରତି ସାବଧାନ ରହିବା ଜରୁରୀ ହୋଇପଡିଛି । ଅନ୍ୟ କୌଣସି ସୂତ୍ରରୁ କିଛି ସୂଚନା ଉପଲବ୍ଧ ହେଉ ନଥିବାରୁ ପ୍ରଶାସନିକ ସୂତ୍ର ଉପରେ ନିର୍ଭର ରହିବାକୁ ସମସ୍ତେ ବାଧ୍ୟ ବୋଲି କୁହା ଯାଉଛି । ଆଜି ପ୍ରାପ୍ତ ପ୍ରଶାସନିକ ସୂଚନାନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ପୁଣି ୬୦ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି । ଏହା ଫଳରେ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ପଜିଟିଭ ଚିହ୍ନଟଙ୍କ ମୋଟସଂଖ୍ୟା ୭୨୨୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୪ ଜଣଙ୍କ ମୃତ୍ୟୁ ୬୦୨୭ ଜଣ ସୁସ୍ଥହୋଇ ଘରକୁ ଫେରିବା ପରେ ବାକି ୧୧୬୯ ଜଣଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା ଚାଲିଛି । ବର୍ତ୍ତମାନ ସମ୍ବଲପୁର କୋଭିଡ ହସ୍ପିଟାଲରେ ୧୩୦ ଜଣ, ବୁର୍ଲା କୋଭିଡ କେୟାର ରେ ୧୩୫ଜଣ, କୋଭିଡ କେୟାର ହୋମ୍ସ ରେ ୨୦ ଜଣ ଓ ହୋମ ଆଇସୋଲେଶନ ରେ ୮୨୪ ଜଣ ଚିକିତ୍ସାଧୀନ ରହିଛନ୍ତି । ସମ୍ବଲପୁର କୋଭିଡ ହସ୍ପିଟାଲରେ ଚିକିତ୍ସା ସେବାର ସ୍ତର ଦିନକୁ ଦିନ ହ୍ରାସ ପାଉଥିବାରୁ ହୋମ ଆଇସୋଲେଶନ ରେ ରହି ଚିକିତ୍ସିତ ହେବାପାଇଁ ଅଧିକାଂଶ ଆଗ୍ରହୀ ରହୁଛନ୍ତି । ଯାହାର ଆର୍ଥିକ ସାମର୍ଥ୍ୟ ଭଲ ରହିଛି, ସେହିମାନେ ହିଁ କେବଳ ଘରୋଇ ହସ୍ପିଟାଲକୁ ଯାଉଛନ୍ତି ବୋଲି କୁହାଯାଉଛି । କରୋନା ସଂକ୍ରମଣ ଯୋଗୁଁ ମୃତକଙ୍କ ସଂଖ୍ୟାକୁ ନେଇ ଆଜି ପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇ ପାରୁନାହିଁ । ଗତକାଲି ଏଠାରେ ଦୁଇଜଣଙ୍କ ମୃତ୍ୟୁ ସତ୍ତ୍ୱେ ପ୍ରଶାସନିକ ପରିସଂଖ୍ୟାନରେ ସେମାନଙ୍କୁ ଆଜି ସାମିଲ କରାଯାଇନାହିଁ, ଏଣୁ ଜନସାଧାରଣ ସବୁବେଳେ ଏଥିପାଇଁ ଶଙ୍କିତ ରହୁଛନ୍ତି ।

hiranchal ad1
Leave A Reply

Your email address will not be published.

twenty + 1 =