ସମିତି ସମ୍ପାଦକ ଓ ପିଅନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଲେ ଏଆରସିଏସ

0 1,206

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ଶିମିଳିପଦର ସେବା ସମବାୟ ସମିତିର ସମ୍ପାଦକ ଓ ପିଅନଙ୍କ ନାମରେ ଦାୟୀତ୍ୱରେ ଅବହେଳା ଓ ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆସିଥିଲା । ଅଭିଯୋଗର ତଦନ୍ତ ପରେ ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମିତିର ପ୍ରଶାସକ ତଥା ସମବାୟ ନିରୀକ୍ଷକ ଗୁରୁ ପ୍ରସାଦ ଦାଶଙ୍କୁ ନିର୍ଦ୍ଦେଶ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶିମିଳିପଦର ସେବା ସମବାୟ ସମିତିର ସମ୍ପାଦକ ଅମ୍ବରିଶ ବାଘଙ୍କ ପଦବୀ ହ୍ରାସ କରି ସହ ସମ୍ପାଦକ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ବାଘ ସମିତିରେ ପୂର୍ବରୁ ସହ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୭ ମସିହାରେ ପରିଚାଳନା କମିଟି ତାଙ୍କୁ ସମ୍ପାଦକ ପଦବୀକୁ ପଦୋନ୍ନତି କରିଥିଲା । ତାଙ୍କ ନାମରେ ବିଭିନ୍ନ ଅବହେଳା ଓ ଦୁର୍ନୀତି ସମ୍ପର୍କରେ ଶିମିଳିପଦର ଗ୍ରାମର ଚାଷୀ ସୁଶାନ୍ତ କୁମାର ମିଶ୍ର ଗତ ମାର୍ଚ୍ଚ ମାସରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଦୁର୍ନୀତିର ତଦନ୍ତ ଦାୟିତ୍ୱ ସମିତିର ଭାରପ୍ରାପ୍ତ ପ୍ରଶାସକ ତଥା ସମବାୟ ନିରୀକ୍ଷକ ଗୁରୁପ୍ରସାଦ ଦାସଙ୍କୁ ସହକାରୀ ନିବନ୍ଧକ ପ୍ରଦାନ କରିଥିଲେ । ତଦନ୍ତ ରିପୋର୍ଟ ଆଧାରରେ ସମ୍ପାଦକ ଶ୍ରୀ ବାଘଙ୍କ ପାହ୍ୟା ସହ ସମ୍ପାଦକ କୁ ହ୍ରାସ କରିଛନ୍ତି । ସେହିପରି ବିନା ଜମିରେ ରେ ନିଜ ଓ ନିଜ ପରିବାର ସଦସ୍ୟ ନାମରେ ଋଣ ନେଇ ଥିବା ସମିତିର ପିଅନ କାହ୍ନୁ ଚରଣ କ୍ଷେତିଙ୍କ ବିରୁଦ୍ଧରେ ମଧ୍ୟ ପ୍ରଶାସକ କାର୍ଯ୍ୟାନୁଷ୍ଠାନ ନେଇ ଶ୍ରୀ କ୍ଷେତିଙ୍କ ଠାରୁ ୬୮ ହଜାର ଟଂକା ଆଦାୟ କରାଯାଇଥିବା ଜଣାପଡିଛି । ଶ୍ରୀ ବାଘଙ୍କ ପାହ୍ୟା ହ୍ରାସ କରାଯାଇଥିବା ବେଳେ ପୁନର୍ବାର ତାଙ୍କୁ ସମିତିରେ ଭାରପ୍ରାପ୍ତ ସମ୍ପାଦକ ଭାବେ ରଖା ଯାଇଥିବା ନିଷ୍ପତିକୁ ଅଭିଯୋଗ କାରୀ ସୁଶାନ୍ତ ମିଶ୍ର ପ୍ରତିବାଦ କରିଛନ୍ତି ଓ ଶିମିଳିପଦର ସମିତିକୁ ଅନ୍ୟ ଜଣେ ସମ୍ପାଦକଙ୍କୁ ପଠାଇବାକୁ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 + six =