ବିଜୟକେତନ ସାହୁ ଭୁବନେଶ୍ୱର ଜୋନ୍ ଯୁବ ବିଜେଡି ସଭାପତି ନିଯୁକ୍ତ

0 120

ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଯୁବ ଜନତା ଦଳର ନୂତନ ଭୁବନେଶ୍ୱର ଜୋନ ସଭାପତି ଭାବେ ଶ୍ରୀ ବିଜୟ କେତନ ସାହୁ ଙ୍କୁ ନିଯୁକ୍ତି କରିଛନ୍ତି । ଶ୍ରୀ ବିଜୟ କେତନ ସାହୁ ୨୦୦୩ ମସିହାରୁ ଛାତ୍ର ଜୀବନ ମହର୍ଷି କଲେଜରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଜୁ ଜନତା ଦଳ ସହିତ ରହି କାମ କରିଆସୁଛନ୍ତି ।
ଦଳ ତାଙ୍କର ସାଙ୍ଗଠନିକ ଦକ୍ଷତା ଦେଖି ତାଙ୍କୁ ସାଙ୍ଗଠନିକ ଦାୟିତ୍ୱ ଦେଇ ଥିବାରୁ, ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ,ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅରୁଣ କୁମାର ସାହୁ,ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ମନ୍ତ୍ରୀ ସମୀର ଦାଶ,ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ବିଭୁତି ବଳବନ୍ତ ରାୟ, ପ୍ରଶାନ୍ତ ଜଗଦେବ , ଉମା ଶଙ୍କର ସାମନ୍ତରାୟ, ପ୍ରଦୀପ ମହାରଥୀ,ମହେଶ୍ୱର ମହାନ୍ତି,ଯୋଜନା ବୋର୍ଡଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା,ସାଂସଦ ପିନାକୀ ମିଶ୍ର,ବିଜୁ ଯୁବ ଜନତା ଦଳର ସଭାପତି ବୋମ୍ୟକେଶ ରାୟ, ରାଜ୍ୟ ସାଧାରଣ ସମ୍ପାଦକ( ଯୁବ ବ୍ୟାପାର) ପ୍ରଣବ ବଳବନ୍ତ ରାୟ, ସମ୍ପାଦକ ରଞ୍ଜିତ ମହାପାତ୍ର, ଡଃ ପ୍ରକାଶ ତ୍ରିପାଠୀ, ଅମରଜିତ ସେନାପତି,ସନ୍ତୋଷ ବେଜ, ଅମରେଶ ପତ୍ରୀ,କିଶୋର ନାୟକଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ଯୁବ ପିଢ଼ି ମାନଙ୍କୁ ସଂଘଠିତ କରି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଆହୁରି ମଜବୁତ କରିବେ ବୋଲି କହିଛନ୍ତି ବିଜୟ କେତନ ସାହୁ । ଭୁବନେଶ୍ୱର ଜୋନ ଅଧିନସ୍ଥ ଖୋର୍ଦ୍ଧା, ପୁରୀ ନୟାଗଡ ଓ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ଯୁବ ସଂଗଠନ କୁ ତୃଣ ମୂଳ ସ୍ତରରୁ ସୁସଂଗଠିତ ଓ କ୍ରିୟାଶୀଳ କରିବା ପାଇଁ ସେ ସଂକଳ୍ପବଦ୍ଧ ।

hiranchal ad1
Leave A Reply

Your email address will not be published.

2 × 5 =