ଭାଜପାର ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ସମ୍ବଲପୁର ଜିଲ୍ଲାପାଳଙ୍କ ଆଲୋଚନା

0 127

ସମ୍ବଲପୁର : ବର୍ତ୍ତମାନ ସମ୍ବଲପୁର ପ୍ରବାସରେ ଥିବା ସାଙ୍ଘସଦ ନୀତେଶ ଗଙ୍ଗଦେବଙ୍କ ନେତୃତ୍ୱରେ ବିଧାୟକ ଦ୍ୱୟ ଜୟ ନାରାୟଣ ମିଶ୍ର ଓ ନାଉରୀ ନାଏକ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ଆଜି ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନାଙ୍କୁ ଭେଟି ବିଭିନ୍ନ ସ୍ଥାନୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଭାରତୀୟ ଜନତା ପାର୍ଟିର ନିର୍ବାଚିତ ପ୍ରତିନିଧି ଭାବେ ଏହା ସେମାନଙ୍କ ପ୍ରଥମ ମିଳିତ ବୈଠକ ଥିଲା । ଏହି ସମୟରେ ଏଡିଏମ୍ ଓ ସିଡିଏମଓ ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଜେପିର ସବୁ ସାଂସଦମାନେ ନିଜର ସାଂସଦ ପାଣ୍ଠିରୁ ଏକ କୋଟି ଟଙ୍କା ଲେଖାଏଁ କରୋନା ପାଇଁ ଦେଇଥିଲେ । ସେତେବେଳେ କିନ୍ତୁ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ନିଜର ସାଂସଦ ପାଣ୍ଠିରୁ ଦୁଇ କୋଟି ପଚାଶ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ସେ ସମ୍ବଲପୁର ଜିଲ୍ଲା ପାଇଁ ୧.୨୫ କୋଟି, ଦେବଗଡ଼ ଜିଲ୍ଲା ପାଇଁ ୭୫ ଲକ୍ଷ ଓ ଅନୁଗୁଳ ଜିଲ୍ଲା ପାଇଁ ୫୦ ଲକ୍ଷ ପ୍ରଦାନ କରିଥିଲେ । ସମ୍ବଲପୁର ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗକୁ କରୋନା ପାଇଁ ଦେଇଥିବା ସ୍ୱତନ୍ତ୍ର ୧.୨୫ କୋଟି ର ଖର୍ଚ୍ଚ ବିଷୟରେ ସମୀକ୍ଷା ପାଇଁ ଆଜି ସାଂସଦ ନିତେଶ ଗଙ୍ଗଦେବ ପହଂଚିଥିଲେ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ । ସାଙ୍ଗରେ ଥିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାଏକ ଓ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ । ପ୍ରାୟ ୪୫ ମିନିଟରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଆଲୋଚନା ହୋଇଥିଲା । କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ବୁର୍ଲା ଭିମସାରର ଆଉଟ ଡୋର କୁ ବନ୍ଦ କରିଦିଆ ଯାଇଛି । ଏଣୁ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗେଇ ଦେବା ପାଇଁ ନିକଟରେ ଥିବା ଏକ କଲ୍ୟାଣ ମଣ୍ଡପରେ ଓପିଡ଼ିକୁ ଚଲେଇବା, ଭିମସାରର ଓପିଡ଼ିରେ ଉପର ମହଲା କୁ ଯିବା ପାଇଁ ଲିଫ୍ଟ କିମ୍ବା ରେମ୍ପ ର ବ୍ୟବସ୍ଥା ପାଇଁ ଦାବି ମଧ୍ୟ ଆଜି କରିଥିଲେ ଏହି ନିର୍ବାଚିତ ପ୍ରତିନିଧିମାନେ । ଏହା ସହିତ ସମ୍ବଲପୁର ମହାନଗର ନିଗମର ବିଭିନ୍ନ ସମସ୍ୟା ସହିତ ରେଙ୍ଗାଲି ଅଂଚଳ ର କ୍ୱାରେଣ୍ଟାଇନ ସେଣ୍ଟରର ସମସ୍ୟା ଓ ଅନ୍ୟାନ୍ୟ ବିକାଶ ପ୍ରକଳ୍ପ ସମ୍ବନ୍ଧ ରେ ଆଲୋଚନା ହୋଇଥିଲା । ସାଂସଦ ପାଣ୍ଠି ର ୧.୨୫ କୋଟି ଅନୁଦାନରୁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି ଓ ବଳକା ୫୦ ଲକ୍ଷ ଟଙ୍କା ପାଇଁ ପ୍ରକଳ୍ପ ପ୍ରସ୍ତୁତ ଅଛି ବୋଲି ଜିଲ୍ଲାପାଳ ଶୁଭମ ସକ୍‌ସେନା ସୂଚନା ଦେଇଥିଲେ । ଏହା ସହିତ ଅନ୍ୟାନ୍ୟ ବିଷୟ ଗୁଡିକ ଉପରେ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରି ସମସ୍ୟା ଗୁଡିକର ସ୍ଥାୟୀ ଓ ଶୀଘ୍ର ସମାଧାନ କରିବାର ପ୍ରତିଶ୍ରୁତି ଜିଲ୍ଲାପାଳ ଦେଇଛନ୍ତି ବୋଲି ବିଜେପି କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eight + 1 =