ଦେବଗଡ: ସାରା ଦେଶରେ କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ତାଲା ବନ୍ଦ ଅବଧିକୁ ମଇ ୧୭ ତାରିଖ ରାତି ପର୍ଯ୍ୟନ୍ତ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ସମଗ୍ର ଦେଶକୁ ଗ୍ରୀନ୍, ଅରେଞ୍ଜ ଓ ରେଡ ଜୋନରେ ବିଭକ୍ତି କରିଛନ୍ତି । ପରିବର୍ତ୍ତୀତ ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ ଜୋନରେ ସନ୍ଧ୍ୟା ୭ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଆବଶ୍ୟକତା ନ ଥାଇ ଜନସାଧାରଣଙ୍କ ବାହାରକୁ ବାହାରିବାରେ ରୋକ୍ ଲଗାଯାଇଛି । ଏହି ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟ ଉପରେ କେତେକ ନିୟମ କୋହଳ କରାଯାଇଥିବା ବେଳେ ସେଥିରେ ଅନେକ ବ୍ୟତିକ୍ରମ ଦେଖାଦେଇଥିବାର ଜଣାପଡ଼ିଛି । ତିଲେଇବଣି ବ୍ଲକ ଛେପଲିପାଲି ପଂଚାୟତର କଦଳୀପାଲ ଗ୍ରାମରେ ନିର୍ମାଣ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଆର୍ଡ଼ି ରାସ୍ତା ଠାରୁ ରେଙ୍ଗାଳପାଲି (୨.୭୧୬କି.ମି.) ପ୍ୟାକେଜ୍ ନଂ. ଓ.ଆର୍.୦୮/୧୦୦ ୭କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଭାରତ ସରକାରଙ୍କ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ହୋଇ କାର୍ଯ୍ୟାଦେଶ ହୋଇଛି । ଉକ୍ତ ପ୍ରକଳ୍ପଟିକୁ ଗତ ମେ ମାସ ୩୧ ତାରିଖ ୨୦୧୮ମସିହାରେ ତତ୍କାଳୀନ ସମ୍ବଲପୁର ଲୋକସଭା ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ଉପସ୍ଥିତରେ ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇ ଉଭୟ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟପାଇଁ ସମ୍ବଲପୁର ଜିଲାର ବି.କେ.ଡ଼ି. ଇନ୍ଫ୍ରାଟେକ୍ଚର୍ ପ୍ରାଇଭେଟ୍ ଲିମିଟେଡ଼ ହାତକୁ ନେଇଛି । ସେହିପରି ପ୍ରକଳ୍ପଟି ୨୦୧୭ ମସିହା ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ୨୦୧୯ ଅକୋଟାବର ୨୫ ତାରିଖରେ କାର୍ଯ୍ୟ ଶେଷ ହୋଇ ରକ୍ଷଣାବେକ୍ଷଣ ଅବଧି ୫ ବର୍ଷ (୨୬.୧୦.୨୦୧୯ ରୁ ୨୫.୧୦.୨୦୨୪) ପର୍ଯ୍ୟନ୍ତ ଥିବାବେଳେ ଏହାର ବ୍ୟତିକ୍ରମ ଦେଖାଦେଇଛି ।
କାର୍ଯ୍ୟରତ ଶ୍ରମିକମାନଙ୍କୁ ସୁରକ୍ଷା ଉପକରଣ ଦିଆଯାଇ ନ ଥିବା ବେଳେ କରୋନା ସଂକ୍ରମଣ ରୋକିବା ପାଇଁ ମୁହଁରେ ମାକ୍ସ ନାହିଁ ଓ ସାମାଜିକ ଦୂରତା ମଧ୍ୟ ପାଳନ ହେଉନାହିଁ । କାର୍ଯ୍ୟସମୟରେ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ,ଏସ.ଡି.ଓ,ଜେ.ଇ କାହାରି ଦେଖା ନାହିଁ ଦେବଗଡ଼ଙ୍କ ଆର.ଡି କାର୍ଯ୍ୟାଳୟର ଦାୟୀତ୍ୱରେ ଥିବା ସରକାରୀ କର୍ମଚାରୀଙ୍କ ଖାମଖିଆଲି ଯୋଗୁଁ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଉଥିବା ସାଧାରଣରେ ଅଭିଯୋଗ ହେଉଛି । ଏପରିକି ଏହି ବ୍ରିଜ କାମ କରିବା ସମୟରେ ଶ୍ରମିକଙ୍କ ମୁଣ୍ଡରେ ହେଲମେଟ ନାହିଁ ଗ୍ଲୋବସ,ମାସ୍କ,ଜୋତା ବି ନ ପିନ୍ଧି ମଇ ମାସ ଖରାରେ କାମ କରୁଥିବା ଦେଖିବାକୁ ମିଳିଛି । ଏଭଳି ଅବସ୍ଥାରେ କୌଣସି ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବ ତାହା ପ୍ରଶ୍ନବାଚୀ? ସେହିପରି କାମ ଚାଲିଥିବା ସମୟରେ କୈଣସି ଅଧିକାରୀଙ୍କ ଦେଖାନାହିଁ । ଏପଟେ ବି.କେ.ଡ଼ି. ଇନ୍ଫ୍ରାଟେକ୍ଚର୍ ପ୍ରାଇଭେଟ୍ ଲିମିଟେଡ଼ କାମକୁ ଟେଣ୍ଡର ନେଇଥିବା ବେଳେ ଅନ୍ୟ ଜଣେ ଠିକାଦାର ଏହି କାମକୁ କରୁଥିବା ଅଭିଯୋଗ ହୋଉଛି । ଏ ସଂପର୍କରେ ଆରଡି ବିଭାଗର ଏସ୍.ଡି.ଓ ଅଭିଷେକ ଓଝାଙ୍କୁ ପଚାରିବାରୁ ପୂର୍ବରୁ ମୁଁ ନିଜେ ଯାଇ ସଚେତନତା କରିକି ଆସିଥିଲି ଏବେ ମୁଁ ୨୬ ତାରିଖରୁ ହୋମ କ୍ୱାରାଂଟାଇନ ରେ ଅଛି ଘଟଣା ବିଷୟରେ ତଦନ୍ତ କରାଯିବ ବୋଲି କହିଥିଲେ । ସେ ଯାହା ବି ହେଉନା କାହିଁକି ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଦୁର୍ନିତୀ ନିବାରଣ ବିଭାଗ ପକ୍ଷରୁ ତଦନ୍ତ କରିଲେ ସତ୍ୟାସତ୍ୟ ଜଣାପଡିବ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି ।