ବୌଦ୍ଧ ବିଡ଼ିଓ ଙ୍କ ନାମରେ ଅଦାଲତରେ ରୁଜୁ ହେଲା ଆଟ୍ରୋସିଟି ମାମଲା

0 1,908

hiring

ବୌଦ୍ଧ,୭/୧୨- ବୌଦ୍ଧ ବ୍ଲକ୍ ମୁଣ୍ଡାପଡା ଗ୍ରାମ ପଞ୍ଚାୟତର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ମାମଲାର ମୋଡ଼ ଘଡିକେ ଘୋଡା ଛୁଟୁଛି l ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ବିଡ଼ିଓ ଦେବୀ ପ୍ରସାଦ ଦାଶ ଅଭିଯୋଗର ତଦନ୍ତ କରିଥିଲେ | ତଦନ୍ତ ପରେ ଟଂକା ହଡ଼ପରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ନାମରେ ବିଡ଼ିଓ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି |
ଇତି ମଧ୍ୟରେ ବିଡ଼ିଓ ଙ୍କ ଅଭିଯୋଗ ପ୍ରକାରେ ଅଭିଯୁକ୍ତ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କର୍ମଚାରୀ ପ୍ରକାଶ ପାଣ୍ଡେ ବିଡ଼ିଓ ଦେବୀ ପ୍ରସାଦ ଦାଶଙ୍କ ନାମରେ ଅଦାଲତରେ ଆଶ୍ରୟ ନେଇଥିବା ଜଣାପଡିଛି l ଗତ 3 ତାରିଖ ଦିନ ବୌଦ୍ଧ ଜିଲ୍ଲା ଦୌରା ଜଜ୍ ଙ୍କ ଅଦାଲତରେ ଏକ ମାମଲା 3/2020 ରୁଜୁ କରିଛନ୍ତି | ଭାରତୀୟ ପିଙ୍ଗଳ କୋଡର ଦଫା 294, 169, 323, 341,464, 465, 471,506 ଓ ପ୍ରିଭେନସନ ଅଫ୍ ଆଟ୍ରୋସିଟି ରେ ମାମଲା ପଂଜିକୃତ ହୋଇଥିବା ଜଣା ପଡିଛି l ପ୍ରକାଶ ପାଣ୍ଡେଙ୍କ ନାମରେ କୌଣସି ଅଭିଯୋଗ କିମ୍ବା ବିରୋଧରେ ପ୍ରମାଣ ନ ଥିବା ସତ୍ବେ ତାଙ୍କୁ ବଦନାମ କରି ଦୁର୍ନୀତିରୁ ନିଜକୁ ବଞ୍ଚାଇବା ଓ ନିଜକୁ ସୁରକ୍ଷିତ ରଖିବା ପାଇଁ ବିଡ଼ିଓ ଦେବୀ ପ୍ରସାଦ ଦାଶ ଥାନାରେ ଅଭିଯୋଗ କରିଛନ୍ତି ବୋଲି ସେ ଅଦାଲତରେ ଅଭିଯୋଗ କରିଛନ୍ତି | ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗୃହର ଟଂକା ହିତାଧିକାରୀ ମାନଙ୍କ ପାଖକୁ ଯିବା ଆଗରୁ ଓ ଯିବା ପରେ ବହୁତ୍ ଗୁଡିଏ ଆଇନ୍ କାନୁନ୍ ଏବଂ ଚୟନ ପ୍ରକ୍ରିୟା ରହିଛି | ଏ ସମସ୍ତ କାର୍ଯ୍ୟ ବ୍ଲକ୍ ଓ ପଂଚାୟତ କରିଥାଏ ମାତ୍ର ତାଙ୍କୁ କେଉଁ ଆଧାରରେ ଅଭିଯୁକ୍ତ କରାଗଲା ବୋଲି ଗତ 16. 10. 2020 ରେ ବିଡ଼ିଓ ଙ୍କୁ କହିବାକୁ ଯାଇଥିବା ବେଳେ ସେ ବିରକ୍ତ ହୋଇ ତାଙ୍କୁ ଜାତିଗତ ଆକ୍ଷେପ କରି ସବୁଦିନ ପାଇଁ ସଫା କରାଇଦେବାର୍ ଧମକ ଦେଇଥିବା ଅଦାଲତରେ ଅଭିଯୋଗ କରିଛନ୍ତି | ଏ ସମ୍ପର୍କରେ ବୌଦ୍ଧ ବିଡ଼ିଓ ଦେବୀ ପ୍ରସାଦ ଦାଶଙ୍କୁ ଆମେ ପଚାରିବାରୁ ସେ କହିଥିଲେ ଏ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି l ଜାତିଆଣ ଆକ୍ଷେପ ଓ ଧମକ ଦେବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହ ସତ ମିଛର ବିଚାର ଅଦାଲତ କରିବ ବୋଲି କହିଥିଲେ l

hiranchal ad1
Leave A Reply

Your email address will not be published.

16 + twelve =