ବୌଦ୍ଧ : 32 ଜଣ କରୋନା ପଜିଟିଭ ଚିନ୍ହଟ, କଣ୍ଟାମାଳ ବ୍ଲକରେ ସର୍ବାଧିକ

0 2,228

ବୌଦ୍ଧ : 32 ଜଣ କରୋନା ପଜିଟିଭ ଚିନ୍ହଟ, କଣ୍ଟାମାଳ ବ୍ଲକରେ ସର୍ବାଧିକ

hiring

ବୌଦ୍ଧ,୧୭/୧୦ – ଆଜି ବୌଦ୍ଧ ଜିଲ୍ଲାରେ ପୁଣି 32 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଚିନ୍ହଟ ହୋଇଥିବା 32 ଜଣ ମଧ୍ୟରୁ କଣ୍ଟାମାଳ ବ୍ଲକ୍ ଅଂଚଳର ଅଧିକ ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି କଣ୍ଟାମାଳ ବ୍ଲକ୍ ରେଙ୍ଗାଲି ଗ୍ରାମରୁ 3 ଜଣ, ଜାଲପାଲି ଗ୍ରାମରୁ 1 ଜଣ, ନୁଆପାଲି ଗ୍ରାମରୁ 1 ଜଣ,କଣ୍ଟାମାଳ ଗ୍ରାମରୁ 2 ଜଣ, କନାବୀର ଗ୍ରାମରୁ 2 ଜଣ, ବାସୁଦେବ ପାଲି ଗ୍ରାମରୁ 1 ଜଣ, ମନମୁଣ୍ଡାରୁ 1 ଜଣ, ସିଲଟ ପଡା ଗ୍ରାମରୁ 2 ଜଣ, ବଡ଼ ଦେହୁରୀ ପାଲି ଗ୍ରାମରୁ 1 ଜଣ, ହରଭଙ୍ଗା ବ୍ଲକ୍ ଯୁବରାଜ ପୁର୍ ଗ୍ରାମରୁ 1 ଜଣ, ସାମ୍ପୋଚ ଗ୍ରାମରୁ 2 ଜଣ, ବୌଦ୍ଧ ବ୍ଲକ୍ ଜନ୍ହାପଙ୍କ ଗ୍ରାମରୁ 1 ଜଣ, କସୁରବନ୍ଧ ଗ୍ରାମ ପଂଚାୟତ ନୁଆପାଲି ଗ୍ରାମରୁ 3 ଜଣ, ମୁର୍ଶୁଣ୍ଢ1 ଗ୍ରାମ ପଂଚାୟତ ଯୋଗୀ ବେରଣୀ ଗ୍ରାମରୁ 4 ଜଣ, ତାଲସରଡା ଗ୍ରାମ ପଂଚାୟତ ମାନେଶ୍ୱର ଗ୍ରାମରୁ 1 ଜଣ, ଭାଲିଆପଦର ଗ୍ରାମରୁ 1 ଜଣ ଓ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ 1 ଜଣ ବୋଲି ଜଣାପଡିଛି l ସେହିପରି ଅନ୍ୟ ଦୁଇ ଜଣ ବ୍ୟକ୍ତି ଜିଲ୍ଲା ବାହାରେ ପରିକ୍ଷା କରାଇ କରୋନା ପଜିଟିଭ ଚିନ୍ହଟ ହୋଇଥିବା ସିଡିଏମଓ କହିଛନ୍ତି l ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ମୋଟ୍ 2356 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡିଛି l 2035 ଜଣ ସୁସ୍ଥ ହୋଇ ସାରିଛନ୍ତି ଓ 281 ଜଣ ଚିକିତ୍ସାଧୀନ ଥିବା ବେଳେ 8 ଜଣ ମୃତ୍ୟୁବରଣ କରିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ସୁଚନା ଦେଇଛନ୍ତି l

hiranchal ad1
Leave A Reply

Your email address will not be published.

fourteen − two =