ଅନ୍ଧବିଶ୍ୱାସ : ପୁଅର ମୃତ୍ୟୁକୁ ୨୪ଘଣ୍ଟା ବିତିଗଲାଣି କିନ୍ତୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ

0 257

ସୁବର୍ଣ୍ଣପୁର :ଆଧୁନିକ ଯୁଗର ମଣିଷ ଗୋଟିଏ ପଟେ ଚନ୍ଦ୍ର ପୃଷ୍ଠରେ ପାଦ ଦେଲାଣି ହେଲେ ଏବେ ବି ଆଧୁନିକ ସମାଜରେ ଅନ୍ଧ ବିଶ୍ବାସ କିଛି ଲୋକଙ୍କ ମନରେ ଭରି ରହିଛି । ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ନାରାୟଣପୁର ଗାଁରେ ଏ ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । 10 ମାସର ପୁଅର ମରିବାର 24 ଘଣ୍ଟାରୁ ଅଧିକ ହେଲାଣି କିନ୍ତୁ ଗୁଣିଆ(ତାନ୍ତ୍ରୀକ) କଥାରେ ପଡି ବାପା ମା ପୁଅ ବଞ୍ଚିଯିବ ଭାବି ଅନ୍ତିମ ସଂସ୍କାର ନକରି ଘରେ ରଖିଛନ୍ତି । ପୁଅ ବଞ୍ଚିବା ଆଶାରେ ଖଟରେ ଶୁଆଇଦେଇ ପୁଅର ବଞ୍ଚିବା ବାଟକୁ ଅପେକ୍ଷା କରି ରହିଛି ଜନ୍ମ କଲା ମାଁ । ସୁବର୍ଣ୍ଣପୁର ଜିଲ୍ଲା ନାରାୟଣପୁର ଗାଁର ନବଘନ କର୍ମୀଙ୍କ 10 ମାସର ପୁଅକୁ ଝାଡାବାନ୍ତି ହେବାରୁ ଚିକିତ୍ସା ପାଇଁ ବୁର୍ଲା ବଡ ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କ ପୁଅକୁ ମୃତ ଘୋଷଣା କରିଥିଲେ । କିନ୍ତୁ ଘରକୁ ଆସିଲା ପରେ ଘରେ ଏକ ଗୁଣିଆକୁ ନେଇ ଦେଖାଇଥିଲେ । ଗୁଣିଆ ଜଣକ ତୋର ପୁଅ ବଞ୍ଚିଯିବ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ତାଙ୍କୁ ଡାହାଣୀ କୋପ କରିଛି ବୋଲି କହିଥିଲା । ଦେହରେ ହଳଦୀ ଏବଂ ଚନ୍ଦନ ବୋଳି ଦେଇ ଆସନ୍ତା କାଲି ୭ଟା ପର୍ଯ୍ୟନ୍ତ ତୋର ପୁଅ ବଞ୍ଚିଯିବ ବୋଲି ଗୁଣିଆ ଜଣକ କହିଲା ପରେ ପୁଅକୁ ବାପା ମାଁ ଏମିତି ଜଗି ବସିଛନ୍ତି । ଏପରିଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

hiranchal ad1
Leave A Reply

Your email address will not be published.

fourteen − 8 =