ଗୋପିନାଥ ଉନ୍ନୟନ ଓ ଯୁବ ସମାଜସେବୀଙ୍କ ଅସହାୟ ମହିଳାଙ୍କୁ ନୂତନ ଗୃହ ପ୍ରଦାନ

0 69

ଚଣ୍ଡିଖୋଲ : ବଡଚଣା ବ୍ଳକ ସୁଙ୍ଗୁଡା ପଞ୍ଚାୟତର ନିଶିମଳା ଗ୍ରାମର ଅସହାୟ ବୃଦ୍ଧା ଦୁରୀ ମଳିକଙ୍କୁ ଏକ ନୂତନ ପକ୍କାଘର ପ୍ରଦାନ କଲେ ଗୋପୀନାଥ ଉନ୍ନୟନ ପରିଷଦ ଓ ଯୁବ ସମାଜସେବୀ । ଅସହାୟ ବୃଦ୍ଧା ଦୁରୀ ମଳିକ ଦୀର୍ଘବର୍ଷ ଧରି ସରକାରଙ୍କ ଆକ୍ରୋସର ଶିକାର ହୋଇ ଅତି ଦୟନୀୟ ଅବସ୍ଥାରେ ଭୋକ ଉପାସରେ ଏକ ଭଙ୍ଗା ଛପର ଘରେ ବସବାସ କରୁଥିଲେ । ଦୁରୀଙ୍କ ଗୋଟିଏ ପୁଅ ପାଗଳ ହୋଇଥିଲା ବେଳେ ଅନ୍ୟ ପୁଅଟି ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । କରୋନା ସମୟରେ ଅଟୋ ବନ୍ଦ ହୋଇଯିବାରୁ ଅତି ଦୟନୀୟ ଅବସ୍ଥାରେ ଓଳିଏ ଖାଇ ଓଳିଏ ଉପାସ ରହୁଥିଲେ । ସରକାରଙ୍କ ପକ୍ଷରୁ ତା ପ୍ରତି ଆଦୌ ଦୃଷ୍ଟି ନପଡିବାରୁ ଗୋପୀନାଥ ଉନ୍ନୟନ ପରିଷଦ ପକ୍ଷରୁ ସଭାପତି ନିହାର ରଞନ ମିଶ୍ର ଏବଂ କିଛି ଯୁବ ସମାଜସେବୀ ସେଠାରେ ପହଞ୍ଚି ଏକ ନୂତନ ଗୃହ ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଆଜି ଉନ୍ନୟନ ପରିଷଦ ପକ୍ଷରୁ ଆଜି ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ମାସ୍କ୍ ପିନ୍ଧି ସଭାପତି ଶ୍ରୀ ମିଶ୍ର ନୂତନ ଗୃହକୁ ଉଦଘାଟନ କରିଥିଲେ । ସେଠାରେ ଉନ୍ନୟନ ପରିଷଦର ଉପସଭାପତି ସାମ୍ବାଦିକ ସମରେନ୍ଦ୍ର ମାହାଲା ସଂଚାଳନ କରିଥିଲେ । ଏବଂ ଅସହାୟ ବୃଦ୍ଧାଙ୍କୁ ନୂତନ ବସ୍ତ୍ର ପରିଧାନ ଏବଂ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଜୟରାମ ମଲିକ, ରାକେଶ କୁମାର ଧଳ, ଶାରଦା ପ୍ରସନ୍ନ ସାହୁ , ଚିତରଞ୍ଜନ ମିଶ୍ର(ପିନୁ), କୋଷାଧ୍ୟକ୍ଷ ପୁପୁନୁ ଜେନା, ବରିଷ୍ଠ ସାମ୍ବାଦିକ ଶିବରାମ ସାହୁ, ସଭ୍ୟ ସମ୍ବୁନାଥ ସାହୁ, ଜ୍ୟୋତିରଞନ ନାୟକ, ସାମ୍ବାଦିକ ହେମଶ ଜେନା, ପିଙ୍କୁ ସାହୁ, ଉତମ ଜେନା, ଇତି ଅନୁରାଗ ପଟ୍ଟନାୟକ, ଆଇନଜୀବୀ ଅବିନାଶ ପଣ୍ଡା(ଚନ୍ଦନ), ମନୋଜ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶାରଦା ପ୍ରସ୍ନନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

two × three =