କୁନି ହାତର ସ୍ପର୍ଶରେ ଜୀବନ୍ତ ହୋଇଯାଏ ମାଟି ପିଣ୍ଡୁଳା !

0 1,837

ବୌଦ୍ଧ / ବାଉଁଶୁଣି – ବୌଦ୍ଧ ବ୍ଲକ୍ ବlଉଁଶୁଣି ଗ୍ରାମ ପଂଚାୟତ ଗୁଡପଡା ଗ୍ରାମର ଶିଶୁ ମୃତ୍ତିକା କାରିଗର ସଞ୍ଜୟ ମେଣ୍ଡିଲିଙ୍କ ହାତର ଯାଦୁଗରୀ ସ୍ପର୍ଶ ବର୍ତ୍ତମାନ ଚର୍ଚ୍ଚାରେ l ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଦିକଟାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ସଞ୍ଜୟ ତାଂକ ହାତରେ ଅନେକ ସୁନ୍ଦର ମାଟିର ମୁର୍ତ୍ତି ଗଢି ପାରୁଛନ୍ତି l ବିନା ତାଲିମ୍ ଓ ପ୍ରେରଣାରେ ବିଭିନ୍ନ ପ୍ରକାର ମାଟିର ମୂର୍ତ୍ତି ଗଢି ନିଜ ଅନ୍ତର୍ନିହିତ କଳାର ପରିପ୍ରକାଶ କରିପାରୁଛନ୍ତି l ପିତା ପ୍ରକାଶ ମେଣ୍ଡିଲି ଜଣେ ଚାଷୀ ଓ ମାତା ଝରଣା ଦେବୀ ଗୃହିଣୀ ଅଟନ୍ତି l ନିଜ ଗ୍ରାମରେ ଥିବା କନ୍ଧୁଣୀ ବୁଢୀ ଯୁବକ ସଂଘ କରୁଥିବା ଗଣେଶ ଓ ସରସ୍ୱତୀ ପୂଜାର ମୂର୍ତ୍ତି ଦେଖି ନିଜେ ମଧ୍ୟ ମୂର୍ତ୍ତି ଗଢିବାକୁ ଅନୁପ୍ରାଣିତ ହୋଇଥିଲେ l ପଞ୍ଚମ ଶ୍ରେଣୀ ପଢୁଥିବା ବେଳେ ସଂଜୟ ନିଜ ହାତରେ ପ୍ରଥମ ମୂର୍ତ୍ତି ଗଢି ନିଜ ପ୍ରତିଭାର ପରିଚୟ ଦେଇଥିଲେ | ତାଂକର ପ୍ରତିଭାର ଆହୁରି ବିକାଶ ପାଇଁ ତାଲିମ୍ ନେଲେ ସେ ଜଣେ ମୃଣ୍ମୟ ମୂର୍ତ୍ତି କାରିଗର ଭାବେ ଆଗକୁ ସୁନାମ ଅର୍ଜନ କରିବେ ଏହା ନିଃସନ୍ଦେହ l କେବଳ ତାଙ୍କୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି |

hiranchal ad1
Leave A Reply

Your email address will not be published.

nine − 4 =