ନୟାଗଡ କୋଭିଡ ହସ୍ପିଟାଲର ସମୀକ୍ଷା କଲେ ଉନ୍ନୟନ କମିଶନର ଓ ୫-ଟି ସଚିବ

0 87

ଭୁବନେଶ୍ୱର : ବୁଧବାର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ନୟାଗଡ ଗସ୍ତରେ ଯାଇ କୋଭିଡ-୧୯ହସ୍ପିଟାଲର ସମୀକ୍ଷା କରିଛନ୍ତି । ଏ ପର୍ଯ୍ୟନ୍ତ ନୟାଗଡ ଜିଲ୍ଲା କରୋନା ମୁକ୍ତ ଥିବା ବେଳେ ପ୍ରବାସୀ ଓଡିଆଙ୍କ ଆଗମନ ରାଜ୍ୟରେ ଧୀରେ ଧୀରେ ବଢୁଥିବାରୁ ଏହା ପୂର୍ବରୁ ପ୍ରତି ଜିଲ୍ଲାର କୋଭିଡ୍ ହସ୍ପିଟାଲ ପ୍ରସ୍ତୁତିକୁ ଅଧିକରାୀ ଦ୍ୱୟ ଗୁରୁତ୍ୱ ଦେଇଛନ୍ତି ।

hiring

ଏଣୁ ନୟାଗଡର ଚାନ୍ଦପୁରଠାରେ ଥିବା କୋଭିଡ ହସ୍ପିଟାଲ ପରିଦର୍ଶନ କରିବା ସହିତ ଏହାର ଭିତ୍ତିଭୂମି ଓ ପ୍ରସ୍ତୁତି ସଂପର୍କରେ ଜିଲ୍ଲା ପ୍ରଶାସନ ଓ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଆଲୋଚନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନୟାଗଡ କୋଭିଡ-୧୯ ହସ୍ପିଟାଲରେ ୨ଶହ ଶଯ୍ୟା ରହିଥିବା ବେଳେ ୧୦ଟି ଆଇସିୟୁ ଓ ଭେଣ୍ଟିଲେଟର ରହିଛି । ଉନ୍ନୟନ କମିଶନର ଓ ୫-ଟି ସଚିବଙ୍କ ଗସ୍ତ ସମୟରେ ନୟାଗଡ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ, ପୁଲିସ ଏସପି ପ୍ରତ୍ୟୁଷ ଦିୱାକର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସତ୍ୟ ମହାପାତ୍ର ଉପସ୍ଥିତ ଥିଲେ । ଏହି ସମୟରେ ଲକଡାଉନର କାର୍ଯ୍ୟକାରିତା ଏବଂ କୃଷି ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ମହାତ୍ମାଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

5 × two =