ସାବିତ୍ରୀ ପୂର୍ବରୁ ସ୍ୱାମୀଙ୍କୁ ପିଟିପିଟି ମାରିଦେଲା ସ୍ତ୍ରୀ

0 108

ନୀଳଗିରି : ଆଉ କିଛିଦିନ ପରେ ସାବିତ୍ରୀ  । ସ୍ୱାମୀର ଆୟୂଷ ପାଇଁ ସ୍ତ୍ରୀ କରିଥା’ନ୍ତା ଉପାସ  । ହେଲେ ନୀଳଗିରି ଥାନା ଅନ୍ତର୍ଗତ ତେଣ୍ଡା ଗାଁରେ ଯେଉଁ ଅଭାବନୀୟ ଘଟଣା ଘଟିଛି ତାହା ନିଶ୍ଚିତ ଭାବେ ସମସ୍ତଙ୍କୁ ଚକିତ କରିଦେବ  । ସ୍ୱାମୀଙ୍କୁ ଫୁଙ୍କନଳାରେ ପିଟିପିଟି ସ୍ତ୍ରୀ ମାରିଦେବା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି  । 

hiring

ମିଳିଥିବା ସୂଚନାନୁଯାୟୀ, ସ୍ୱାମୀ ସବୁଦିନ ମଦ ପିଇ ଘରକୁ ଆସନ୍ତି  । ବାଡ଼ିଆପିଟା କରିବା ସହ ନିର୍ଯ୍ୟାତନା ବି ଦିଅନ୍ତି  । ତଥାପିବି ସ୍ତ୍ରୀ ସବୁ ସହି ଯାଉଥିଲେ  । କିନ୍ତୁ ନାବାଳିକ ଝିଅକୁ ବାପାର ଅସଦାଚରଣ କିନ୍ତୁ ମା’ ସହିପାରିନଥିଲେ  । ନାବାଳିକା ଝିଅକୁ ମଦ ପିଇ ଅସଦାଚରଣ କରିବାରୁ ଫୁଙ୍କନଳାରେ ନିଜ ସ୍ୱାମୀର ଜୀବନ ନେଇଯାଇଥିଲେ  । ଯାହା ଏବେ ବେଶ ଚର୍ଚ୍ଚା ସୃଷ୍ଟିକରିଛି  । ସ୍ତ୍ରୀକୁ ଅଟକ ରଖି ଏବେ ପୁଲିସ ପଚରାଉଚରା ଜାରି ରଖିଛି ।

hiranchal ad1
Leave A Reply

Your email address will not be published.

eighteen − 14 =