ପ୍ରକାଶ ପାଇଲା ମାଟ୍ରିକ ଫଳ, ପାସ୍‌ହାର ୯୭.୮୯ ପ୍ରତିଶତ

0 115

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ୨୦୨୧ ମସିହାର ମାଟ୍ରିକ, ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇଛି । କଟକ ବୋର୍ଡ ଅଫିସରେ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଛି ପରୀକ୍ଷା ଫଳ । ଚଳତି ବର୍ଷ ୯୭.୮୯ ପ୍ରତିଶତ ପାସହାର ରହିଛି । ମୋଟ୍ ୫,୭୪,୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ କରିଛନ୍ତି। ଗତବର୍ଷଠାରୁ ଏହା ପାଖାପାଖି ୨୦ ପ୍ରତିଶତ ଅଧିକ ।୬୭୦୩ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ସେହିପରି ଏକ୍ସରେଗୁଲାରଙ୍କ ପାସ ହାର ୮୮ ପ୍ରତିଶତ ରହିଛି । ସଂଧ୍ୟା ୬ଟା ପରେ ବୋର୍ଡର ୱେବସାଇଟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଜାଣିପାରିବେ । www.bseodisha.ac.in ଓ www.bseodisha.nic.in ୱେବସାଇଟରେ ମାଟ୍ରିକ ପରୀକ୍ଷା ଫଳ ଉପଲବ୍ଧ ହେବ । ଯଦି ଇଣ୍ଟରନେଟ ସୁବିଧା ନଥିବ ତେବେ ଏସଏମଏସ ମାଧ୍ୟମରେ ବି ମାଟ୍ରିକ ପରୀକ୍ଷା ଫଳ ଜାଣିହେବ । ପରୀକ୍ଷା ଫଳରେ ଯେଉଁମାନେ ସନ୍ତୁଷ୍ଟ ନଥିବେ ଜୁଲାଇ ୫ ତାରିଖରେ ଫର୍ମ ଫିଲ୍‌ଅପ କରିପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫, ୬୨, ୦୧୦ ଜଣ ପାସ୍ କରିଛନ୍ତି। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସେହିପରି ୨୨୫୬ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇ ନାହାନ୍ତି।

hiring

ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ A1 ଗ୍ରେଡ୍‌ ପାଇଥିବା ବେଳେ ୨୨, ୧୩୧ ଜଣ A2, ୫୨, ୧୯୯ ଜଣ B1 ଓ୯୪, ୪୭୫ ଜଣ B2 ଗ୍ରେଡ୍‌ ପାଇଛନ୍ତି।ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ୫୯୪୫ଟି ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି। ତେବେ ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରିନାହିଁ।

ଚଳିତ ବର୍ଷ ଏକ୍ସରେଗୁଲାରରେ ୫୩, ୨୭୯ ଜଣ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୭, ୦୬୦ ଜଣ ପାସ୍ କରିଛନ୍ତି। ଅର୍ଥାତ୍‌ ଚଳିତ ବର୍ଷ ଏକ୍ସରେଗୁଲାରରେ ପାସ୍ ହାର ୮୮.୩୦ ପ୍ରତିଶତ ରହିଛି।

ବୋର୍ଡ ସଭାପତି କହିଛନ୍ତି, ମାଟ୍ରିକ୍‌ ରେଜଲ୍ଟକୁ ନେଇ କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହେଲେ ପରୀକ୍ଷା ଦେଇ ପାରିବେ।  ସ୍ଥିତି ସ୍ୱାଭାବିକ ହେଲେ ସେମାନେ ପରୀକ୍ଷା ଦେବେ। ଏଥିପାଇଁ  ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ କରାଯିବ। ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା କରିବାକୁ ଚେଷ୍ଟା କରାଯିବ।

hiranchal ad1
Leave A Reply

Your email address will not be published.

18 − five =