ସରକାରୀ ନିଯୁକ୍ତିରେ ବୟସ ସୀମା, ବିଧାୟକ ଉଠାଇଲେ ପ୍ରଶ୍ନ

0 677

ବଲାଙ୍ଗିର : ଜୀବିକା ନେଇ କରୋନା ସମୟରେ ଚର୍ଚ୍ଚା, ଆଲୋଚନା ଚାଲିଛି । ରାଜ୍ୟରେ ବୃହତ ଶିଳ୍ପ ନାହିଁ କହିଲେ ଚଳେ । ଏଣୁ ସରକାରୀ ଓ ଘରୋଇ ନିଯୁକ୍ତି ସୁଯୋଗ ସଂଙ୍କୁଚିତ । ଆତ୍ମ ନିଯୁକ୍ତି ଅବକାଶ ମଧ୍ୟ ପର୍ଯ୍ୟାପ୍ତ ନୁହେଁ । ଏଭଲି ସ୍ଥିତିରେ, ବେକାରୀ ସଂଖ୍ୟା ଦିନକୁ ଦିନ ବଢୁଛି । କାମ ଅନ୍ୱେଷଣରେ ଲକ୍ଷଲକ୍ଷ ଯୁବକ ଦାଦନ ଯାଉଛନ୍ତି । ବେକାର ଯୁବକ ନିଶାଗ୍ରସ୍ତ ଓ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି । ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ସରକାରୀ ନିଯୁକ୍ତିରେ ବୟସ ସୀମାକୁ ନେଇ ଉଠାଇଛନ୍ତି ବଡ ପ୍ରଶ୍ନ ? ବିଧାୟକଙ୍କ ସୂଚନା ଅନୁସାରେ, ଦେଶର ଅନ୍ୟାନ୍ୟ ରାଜ୍ୟରେ ସରକାରୀ ନିଯୁକ୍ତି ପାଇଁ ସର୍ବୋଚ୍ଚ଼ ବୟସ ସୀମା ୪୦ରୁ ୪୫ ରହିଛି । ହେଲେ ଓଡିଶାରେ ୩୨ବର୍ଷ , ଯାହା ୧୯୮୯ ମସିହାରୁ ବଦଳା ଯାଇନାହିଁ । ନିଯୁକ୍ତି ଦେବାରେ ବିଫଳ ସରକାରଙ୍କ ନୀତି କାରଣରୁ ଯୋଗ୍ୟତା ଥାଇ ମଧ୍ୟ ବହୁ ଶିକ୍ଷିତ ଉଚ୍ଚ଼ ଶିକ୍ଷିତ ଯୁବକ ସୁଯୋଗ ହରାଉଛନ୍ତି । ଅନ୍ୟ ରାଜ୍ୟମାନଙ୍କ ଭଳି ବୟସ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ସରକାର ତୁରନ୍ତ ପଦକ୍ଷେପ ସ୍ୱରୂପ ୩୨ରୁ ୪୨କୁ ବୃଦ୍ଧି କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି । ବିଧାନସଭାରେ ତାଙ୍କ ପ୍ରଶ୍ନ ଉତ୍ତରରେ ମିଳିଥିବା ସରକାର ସୂଚନା ଅନୁଯାୟୀ ୨୦୨୦ ଯାଏ ପଞ୍ଜିକରଣ ଯୁବକ ସଂଖ୍ୟା ୩୧ଲକ୍ଷ ୩୫ହଜାର ୮୩୯, ବୟସ କାରଣରୁ ୨୫ଲକ୍ଷ ୫୨ହଜାର ୨୦୦ଙ୍କୁ ବାଦ ଦିଆଯାଇଥିବା ଜଣାପଡିଛି । ବିଧାୟକଙ୍କ ପ୍ରଶ୍ନ ପରେ ଚାରିଆଡେ ସରକାରୀ ଚାକିରି ପାଇଁ ବୟସ ଓ ରାଜନୀତି ପାଇଁ ନୀୟମ ନେଇ ଆଲୋଚନା ହେଉଛି । ବିଶେଷକରି ଯୁବବର୍ଗ ବିଧାୟକ ମହାଲିଙ୍ଗ ଚିଠିର ସମର୍ଥନ କରି ସରକାରଙ୍କ ଆଖି ଖୋଲିବା ସହ, ବିଜୁ ଯୁବ ବାହିନୀ ଗଢା କେବଳ ଛଳନା । ଶିକ୍ଷିତ ଯୁବକଙ୍କ ଭବିଷ୍ୟତ ପାଇଁ ସମ୍ବେଦନ ହୀନ ସରକାରଙ୍କ ମୁଖା ଖୋଲିଛିନ୍ତି ବିଧାୟକ ବୋଲି ମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

7 + twelve =