ଜୁଲାଇ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ଜାରି ହେଲା ଆଂଶିକ ଲକଡାଉନ

0 586

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୫ଟା ପରଠାରୁ ରାଜ୍ୟରେ ଆଂଶିକ ଲକଡାଉନ ଲାଗୁ କରାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜୁଲାଇ ୧ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ ଜାରି ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଟୀକାକରଣ, ଟେଷ୍ଟିଂ ଏବଂ ସ୍ବାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କଟକଣା ନାହିଁ। ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିଛି । ଯାହାକୁ ଦୃଷ୍ଟିରେ ରାଜ୍ୟରେ ଲକଡାଉନ କଟକଣାକୁ ଆଂଶିକ କୋହଳ କରାଯାଇଛି । ସଂକ୍ରମଣ କମିଥିବା ୧୭ ଟି ଜିଲ୍ଲା ଯଥା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡରେ ସକାଳ ୬ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ବାକି ୧୩ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ଏବଂ କେନ୍ଦୁଝର ସକାଳ ୬ରୁ ଦିନ ଗୋଟାଏ ପର୍ଯ୍ୟନ୍ତ କଟକଣା କୋହଳ ରହିବ ।
ମୋଟ ୩୦ଟି ଜିଲ୍ଲାକୁ କାଟେଗୋରୀ କରାଯାଇ ଲକଡାଉନ କଟକଣାକୁ କୋହଳ କରାଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ‘ଏ’ କାଟେଗୋରୀ କରାଯାଇଛି । ବାକି ୧୩ଟି ଜିଲ୍ଲାକୁ କାଟେଗୋରୀ ‘ବି’ରେ ରଖାଯାଇଛି । କଟକଣା କୋହଳ କରାଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାରେ ସଂକ୍ରମଣ ହାର ୫% ତଳେ ଥିବାରୁ ସେଠାରେ ସକାଳ ୭ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି ।

ଲକଡାଉନ୍ ସମୟରେ ଦୁଗ୍ଧ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମିଠା ଦୋକାନଗୁଡିକ ନିର୍ଦ୍ଧାରିତ ସମୟାନୁସାରେ ଖୋଲିବାକୁ ଅନୁମତି ଦିଆଯାଇଛି। ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ ବିବାହ, ବ୍ରତ ଏବଂ ସାମାଜିକ କାର୍ଯ୍ୟକ୍ରମ ପାଇଁ ରହିଥିବା କଟକଣାରେ କୌଣସି ପରିବର୍ତ୍ତନ ହୋଇନାହିଁ।

ପଶ୍ଚିମ ତଥା ଦକ୍ଷିଣ ଓଡିଶା ଜିଲ୍ଲାରେ ଲକଡାଉନ୍ କୋହଳ ସମୟରେ ଉଠା ଦୋକାନଗୁଡିକ ବ୍ୟବସାୟ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ ଦୋକାନରୁ କେବଳ ଖାଦ୍ୟ ପୁଡିଆ ପାର୍ସଲ ଭାବରେ ନେଇ ପାରିବେ। ନିର୍ମାଣ କାର୍ଯ୍ୟ, ଶିଳ୍ପ ତଥା ଅନ୍ୟାନ୍ୟ କ୍ଷେତ୍ର ପାଇଁ ପୂର୍ବଭଳି କଟକଣା କୋହଳ ରହିବ। କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଏହି ସବୁ କ୍ଷେତ୍ରରେ କାର୍ଯ୍ୟ ଜାରି ରହିବ।

hiring

ତେବେ ରାଜ୍ୟରେ ନାଇଟ କର୍ଫୁ୍ୟ ଓ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ସେହିପରି ବିବାହ, ବ୍ରତଘର ପାଇଁ ଥିବା କଟକଣା ବଳବତ୍ତର ରହିବ । ସିନେମା ହଲ, ସେଲୁନ ଓ ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ । ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିବ । କେବଳ ନୀତିକାନ୍ତି ଚାଲିବ । ଯାତ୍ରା ଓ ଆଉଟ ଡୋର ସୁଟିଂ ବନ୍ଦ ରହିବ । ସରକାରୀ ଓ ଘରୋଇ ଅଫିସ ୫୦% ଷ୍ଟାଫରେ କାର୍ଯ୍ୟ କରିପାରିବେ ବୋଲି କୁହାଯାଇଛି । ସାଇକେଲ, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବସ ଚଳାଚଳ ମଧ୍ୟ ବନ୍ଦ ରହିବ । ଅନ୍ୟପକ୍ଷରେ ଝାଡ଼ଖଣ୍ଡ, ଛତିଶଗଡ଼ ସୀମାରେ ଥିବା ସବୁ ଚେକପୋଷ୍ଟ କାଲିଠୁ ଖୋଲିବ । ଆନ୍ଧ୍ର, ପଶ୍ଚିମବଙ୍ଗ ସୀମାରେ ଥିବା ବର୍ଡର ଚେକ ପୋଷ୍ଟ ଚାଲୁ ରହିବ ବୋଲି ଘୋଷଣା କରାଯାଇଛି ।

ଏହି ଆଂଶିକ ଲକଡାଉନରେ ମର୍ଣ୍ଣିଂୱାକକୁ ଅନୁମତି ପ୍ରଦାନ କରାଯାଇଛି । ସକାଳ ୬ରୁ୯ ଯାଏ ରାଜ୍ୟରେ ମର୍ଣ୍ଣିଂୱାକ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଜନସାଧାରଣ ମର୍ଣ୍ଣିଂୱାକ, ଜଗିଂ ଓ ସାଇକେଲିଂ କରିପାରିବେ । ତେବେ ପାର୍କ ବନ୍ଦ ରହିବ ।

hiranchal ad1
Leave A Reply

Your email address will not be published.

1 × two =