ସୁବର୍ଣ୍ଣପୁର : ପୁଣି ୩ ସଂକ୍ରମିତ ଚିହ୍ନଟ

0 255

ସୋନପୁର : କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରା ଯାଉଥିଲେ ହେଁ ଦିନକୁ ଦିନ ସଂକ୍ରମିତଙ୍କ ଗ୍ରାଫ୍ ବଢିବଢି ଚାଲିଛି । ଗତକାଲି ସହରର ୧୦ ନମ୍ବର ୱାର୍ଡ଼ର ଆଗରୁ ପଜିଟିଭ ଥିବା ଯୁବକଙ୍କ ସ୍ତ୍ରୀଙ୍କ ରିପୋର୍ଟ ମଧ୍ୟ ବୁଧବାର ପଜିଟିଭ ଆସିଥିବା ଜଣାଯାଇଛି । ସେହିପରି ତରଭା ବ୍ଲକ ମେଣ୍ଢା ଅଞ୍ଚଳର ଜଣେ ୨୩ ବର୍ଷିୟ ଯୁବକ ଓ ଡୁଙ୍ଗୁରିପାଲି ବ୍ଲକ ସାନପହଣ୍ଡି ଗ୍ରାମର ଜଣେ ୧୭ବର୍ଷିୟ ଯୁବକ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସହରର ଠାକୁରାଣୀ ପଡ଼ାକୁ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶ ମତେ ଆଗରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା ବେଳେ ଗତକାଲି ଉକ୍ତ ଅଞ୍ଚଳର ଆକ୍ରାନ୍ତଙ୍କ ସ୍ତ୍ରୀଙ୍କର ମଧ୍ୟ ପଜିଟିଭ ଆସିବାରୁ ଉକ୍ତ ସ୍ୱାମୀସ୍ତ୍ରୀ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଆରମ୍ଭ କରାଯାଉଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

one × 3 =