ଅବହେଳିତ ବୌଦ୍ଧର ବୌଦ୍ଧ କୀର୍ତ୍ତିରାଜି

0 1,227

ବୌଦ୍ଧ: ଗତକାଲି ସାରାବିଶ୍ୱରେ ପାଳନ ହେଲା ବୁଦ୍ଧଜୟନ୍ତୀ । ବିଶ୍ୱର ଧର୍ମାବଲମ୍ବୀମାନେ ଅନେକ ବୌଦ୍ଧ ପୀଠରେ ପାଳନ କରିଛନ୍ତି ଏହି ପର୍ବ । କରୋନା ମହାମାରୀ ଯୋଗୁଁ ବିଶ୍ୱର ପ୍ରାୟ ସମସ୍ତ ଦେଶ ଲକଡାଉନ ଭଳି ପରିସ୍ଥିତିକୁ ନେଇ ଦିନ କାଟୁଥିବାବେଳେ ସାମାଜିକ ସୁରକ୍ଷାକୁ ରକ୍ଷାକରି ଏହା ପାରଂପରିକ ଭାବରେ ପାଳନ କରାଯାଇଛି । ପୃଥିବୀରେ ଏମିତି ଏକ ସ୍ଥାନ ହେଉଛି ବୌଦ୍ଧ ଯାହାକି ତଥାଗତ ବୁଦ୍ଧଙ୍କ ନାମରେ ନାମିତ ହୋଇଛି । ବୌଦ୍ଧଜିଲ୍ଲାର ଅନେକ ସ୍ଥାନରେ ପ୍ରାଚୀନ ବୌଦ୍ଧବିହାର ଗୁଡିକର ଭଗ୍ନାବଶେଷ ଦେଖିବାକୁ ମିଳିଥାଏ । ସେସବୁ ସ୍ଥାନମାନଙ୍କରୁ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ବୁଦ୍ଧମୂର୍ତ୍ତି ଓ ବୌଦ୍ଧ ଦେବାଦେବୀଙ୍କ ମୂର୍ତ୍ତିମାନ ଦେଖିବାକୁ ମିଳିଥାଏ । ଏ ଅଞ୍ଚଳର ଲୋକେ ବୁଦ୍ଧ ମୂର୍ତ୍ତିଗୁଡିକୁ ଗ୍ରାମଦେବତା ହିସାବରେ ବିଭିନ୍ନ ପର୍ବପର୍ବାଣୀରେ ପୂଜାକରି ଆସୁଛନ୍ତି । କେଉଁଠି ବୁଦ୍ଧଙ୍କୁ ଝାରବଉଦିଆତ କେଉଁଠି ବୁଢାରଜା ହିସାବରେ ନାମିତ କରିଥାନ୍ତି ।


ବୌଦ୍ଧ ରାଜପ୍ରାସାଦ ନିକଟରେ ଏକ ପ୍ରାଚୀନ ବୌଦ୍ଧବିହାରର ଧ୍ୱଂସାବଶେଷ ଦେଖିବାକୁ ମିଳେ । ଏହି ଧ୍ୱଂସସ୍ତୁପ ମଧ୍ୟରୁ ଅବସ୍ଥିତ ହୋଇଥିବା ପ୍ରାୟ ୬ଫୁଟ ଉଚ୍ଚର ବୁଦ୍ଧମୂର୍ତ୍ତି ଏଠାରେ ବିଦ୍ୟମାନ । ଏକ ପ୍ରସ୍ପୁଟିତ ପଦ୍ମପାଖୁଡା ଉପରେ ଭୂମିସ୍ପର୍ଶ ମୁଦ୍ରାରେ ଏହି ବୁଦ୍ଧମୂର୍ତ୍ତି ଆସୀନଥିବା ଦେଖିବାକୁ ମିଳେ । ବୌଦ୍ଧ ସହରଠାରୁ ପୁରୁଣା ଜଗନ୍ନାଥ ସଡକରେ ପ୍ରାୟ ୧୫ କିଲୋମିଟର ଦୂରରେ ଶ୍ୟାମସୁନ୍ଦରପୁର ଗ୍ରାମ ନିକଟରେ ଏକ ବୁଦ୍ଧମୂର୍ତ୍ତି ରହିଛି । ଭୂମିସ୍ପର୍ଶ ମୁଦ୍ରାରେ ଥିବା ଏହି ବୁଦ୍ଧମୂର୍ତ୍ତିଟି ପ୍ରାୟ ୫ଫୁଟ ଉଚ୍ଚତା ବିଶିଷ୍ଟ । ସେହି ଗ୍ରାମଠାରୁ ୨କି.ମି ଦୂରରେ ପରଗଳପୁର ଗ୍ରାମରେ ଶ୍ରୀଜଗନ୍ନାଥ ସଡକର ପାଶ୍ୱର୍ରେ ବୁଦ୍ଧଙ୍କ ୩ଫୁଟ ଉଚ୍ଚର ଏକ ଆବକ୍ଷ ମୂର୍ତ୍ତି ରହିଥିବାର ଦେଖାଯାଏ । ମୂର୍ତ୍ତିଟି ୩ଖଣ୍ଡ ପଥରର ସମାହାରରେ ନିର୍ମିତ ହୋଇଛି । ବୁଦ୍ଧମୂର୍ତ୍ତି ସହିତ ଆଖପାଖ ବିଲମାଳରୁ ହଳକରିବା ବେଳେ ମିଳିଥିବା ବୌଦ୍ଧଧର୍ମର କିଛି ଦେବାଦେବୀଙ୍କ ମୂର୍ତ୍ତି ଗ୍ରାମବାସୀ ସଂଗ୍ରହ କରିଛନ୍ତି । ବୌଦ୍ଧ ସହରରେ ଥିବା ନବମ ଶତାବ୍ଦୀର ରାମନାଥ ମନ୍ଦିର ପରିସରରେ ଓ ଗନ୍ଧରାଢୀ (ଜଗତି) ମନ୍ଦିର ମଧ୍ୟରେ ଦୁଇଟି ବୁଦ୍ଧମୂର୍ତ୍ତି ଦେଖିବାକୁ ମିଳେ ।

hiring


ବୌଦ୍ଧଜିଲ୍ଲାରେ ଅନେକ ସ୍ଥାନରେ ପ୍ରାଚୀନ ବୌଦ୍ଧବିହାରର ଧ୍ୱଂସାବଶେଷ ଓ ତନ୍ମଧ୍ୟରୁ ସଂଗୃହିତ ବୁଦ୍ଧମୂର୍ତ୍ତିଗୁଡିକ ରହିଥିଲେ ମଧ୍ୟ ପ୍ରଚାରପ୍ରସାରର ଅଭାବ ଯୋଗୁଁ ତାହା ଲୋକଲୋଚନକୁ ଆସିପାରୁନାହିଁ । ଭଗ୍ନାବଶେଷର ପ୍ରତ୍ନତାତ୍ତ୍ୱିକ ଖନନ ଓ ଗବେଷଣା କରାଯାଇପାରିଲେ ବୌଦ୍ଧରେ ବୌଦ୍ଧଧର୍ମର ଅନେକ ଲୁକ୍କାୟିତ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା । ଏହି ସମସ୍ତ ବୌଦ୍ଧ କୀର୍ତ୍ତିରାଜୀଗୁଡିକୁ ସଂରକ୍ଷଣ କରାଗଲେ ଓ ପର୍ଯ୍ୟଟନର ଭିତ୍ତିଭୂମି ସୃଷ୍ଟି କରାଗଲେ ଲୁପ୍ତ ହେବାକୁ ଯାଉଥିବା କୀର୍ତ୍ତିରାଜୀ ସୁରକ୍ଷିତ ରହିପାରନ୍ତା ।

hiranchal ad1
Leave A Reply

Your email address will not be published.

four × four =